www.samajalive.in
Sunday, December 14, 2025
23.1 C
Bhubaneswar

ଜମଟାଙ୍ଗୀ ଗାଁରେ ମହିଳାଙ୍କ ମଦ ବିରୋଧି ଆନ୍ଦୋଳନ

ବୌଦ୍ଧ: ବୌଦ୍ଧ ବ୍ଲକ ମନମୁଣ୍ଡା ଥାନା ମନୁପାଲି ପଞ୍ଚାୟତ ଜମଟାଙ୍ଗି ଗ୍ରାମରେ ମାଁ ମାହେଶ୍ୱରୀ କ୍ଲବ ତରଫରୁ ଶନିବାର ଜମଟାଙ୍ଗି ଗ୍ରାମରେ ମଦ ବନ୍ଦ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏ କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଥିଲେ। ଗ୍ରାମରେ କୁଚିଆ ମଦ କାରବାର କରୁଥିବା ଜଣେ ଚୋରା ମଦ ବେପାରୀଙ୍କୁ ମଦ ଯୋଗାଉ ଥିବା ବ୍ୟକ୍ତିଙ୍କଠାରୁ ମହିଳା ମାନେ ୨୦୦ ଗୋଟି ମଦ ପାଉଚ ଜବତ୍ କରି କୁଚିଆ ଦୋକାନ ଆଗରେ ପୋଡ଼ି ଦେଇଥିଲେ। ଗ୍ରାମରେ ମଦ ବିକ୍ରୀ ବନ୍ଦ କରିବା ପାଇଁ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ।

ମଦ ବିରୋଧି ଆନ୍ଦୋଳନ କାର୍ଯ୍ୟକ୍ରମରେ ଗ୍ରାମର ମା ସମଲେଶ୍ୱରୀ, ମା ସାରଳା, ଜୟ ଜଗନ୍ନାଥ, ଜୟ ମା ତାରିଣୀ , ଜୟ ଗଣେଶ, ମା ମହାଲକ୍ଷ୍ମୀ, ଜୟ ମା ସିଂହ ବାହିନୀ ଆଦି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ସାମିଲ୍ ହୋଇଥିଲେ। ଗ୍ରାମର ୱାର୍ଡ ସଦସ୍ୟା ପୁଷ୍ପାଂଜଳି ଦନାୟକ୍, ମହେଶ୍ୱର ସାହୁ, ମା ମହେଶ୍ୱରୀ କ୍ଲବ୍ ସଭାପତି ପଦ୍ମ ଲୋଚନ ମହଲା, ରସାନନ୍ଦ ଭୋକ୍ତା, ପ୍ରଫୁଲ୍ଲ ଭୋକ୍ତା, ରଂଜିତ ସାହୁ, ଲଖିନ୍ଦ୍ର ଦେହୁରୀଙ୍କ ସମେତ ଜମଟାଙ୍ଗୀ ଗ୍ରାମର ଗ୍ରାମବାସୀ ସହାୟତା କରିଥିଲେ। ପୁର୍ବରୁ ଏ ସମ୍ପର୍କରେ ପୋଲିସ ଠାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ୍ କୌଣସି ପଦକ୍ଷେପ ନ ନେବାରୁ ନିଜେ ମହିଳାମାନେ ଅଣ୍ଟା ଭିଡ଼ିଥିବା ସୁଚନା ମିଳିଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories