www.samajalive.in
Sunday, December 14, 2025
23.1 C
Bhubaneswar

ଘରେ ପଶି ଗୁଳି ମାରି ହତ୍ୟା କଲା ପଡୋଶୀ

ସୋନପୁର: ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଟିକ୍ରାପଡାରେ ଆଜି ପୂର୍ବ ଶତ୍ରୁତାକୁ ନେଇ ଏକ ଗୁଳିକାଣ୍ଡ ଘଟିଯାଇଛି। ପଡୋଶୀ ଯୁବକଙ୍କୁ ଘରେ ପଶି ଗୁଳି ମାରି ହତ୍ୟା କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୁବଳୟା ପୁଲିସ ଏହି ଘଟଣାରେ ସଂପୃକ୍ତ ପଡୋଶୀଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା ଆରମ୍ଭ କରିଛି।

ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, କିଛି ଦିନ ତଳେ କୌଣସି ଏକ ମାମଲାକୁ ନେଇ ଥାନାରୁ ନୋଟିସ ପାଇବା ପରେ ପୂର୍ବ ଶତୃତା ଲାଗି ରହିଥିବା ଟିକ୍ରାପଡା ଗ୍ରାମର ବବଲୁ ମେହେର(୨୯) ଓ ତାଙ୍କ ପଡୋଶୀ ମୁରଲି ମେହେର(୩୫)ଙ୍କ ମଧ୍ୟରେ କଥା କଟାକଟି ହୋଇଥଲା। କିନ୍ତୁ ପରବର୍ତ୍ତି ସମୟରେ ଏହା ଅତ୍ୟନ୍ତ ଉଗ୍ରରୂପ ନେଇ ଶେଷରେ ଗୁଳିକାଣ୍ଡ ପର୍ଯ୍ୟନ୍ତ ଯାଇଥିଲା। ଗତକାଲି ସଂନ୍ଧ୍ୟା ପ୍ରାୟ ୬ଟାବେଳେ ମୁରଲି ମେହେର ବବଲୁଙ୍କ ଘରେ ପଶି ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ବବଲୁଙ୍କୁ ଚିକିତ୍ସା ପାଇଁ ବୀରମହାରାଜପୁର ଉପଖଣ୍ଡୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅପରପକ୍ଷରେ ମୁରଲି ମେହେରଙ୍କୁ ଥାନାରେ ଅଟକ ରଖି ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ଗୁଳିକାଣ୍ଡର ନିର୍ଦ୍ଧିଷ୍ଟ କାରଣ ଜଣା ପଡ଼ିନଥିଲେ ମଧ୍ୟ ଉଭୟ ପରିବାର ମଧ୍ୟରେ ରହିଥିବା ପୂର୍ବ ଶତୃତାକୁ ନେଇ ଏହା ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories