www.samajalive.in
Monday, December 15, 2025
17.1 C
Bhubaneswar

ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ନବରଙ୍ଗପୁର ତା: ନବରଙ୍ଗପୁର ଜିଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଆଜି ସ୍ଥାନୀୟ ବାବାସାହେବ ଆମ୍ବେଦକର ଛକରୁ ଦୁର୍ନୀତି ନିବାରଣ ସମ୍ପର୍କିତ ଏକ ସଚେତନ ଶୋଭାଯାତ୍ରା ବାହାରି ମିଶନ ଶକ୍ତି ସଭା ଗୃହ ଯାଏଁ ପରିକ୍ରମା କରିଥିଲା ଏବଂ ଶୋଭାଯାତ୍ରା ପରେ ମିଶନ ଶକ୍ତି ସଭା ଗୃହରେ ଜିଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ, ଏସ ସୁଶ୍ରୀ, ଅତିରିକ୍ତ ଜିଲାପାଳ ଭାସ୍କର ରାଇତ, ବକ୍ତା ଭାବେ ଡକ୍ଟର ବିଜୟ କୁମାର ମିଶ୍ର, ଜିଲ। ଓକିଲ ସଂଘର ସଭାପତି ନରସିଂହ ନାଥ ତ୍ରିପାଠୀ ଯୋଗଦେଇଥିଲେ। ଜିଲ। ପ୍ରଶାସନ, ଜିଲ। ଦୁର୍ନୀତି ନିବାରଣ ବିଭାଗ ତରଫରୁ ଆୟୋଜିତ ଏହି କାର୍ୟ୍ୟକ୍ରମର ପ୍ରାରମ୍ଭରେ ଜିଲ।ପାଳ ଡକ୍ଟର ମିଶ୍ର ସମସ୍ତଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କିତ ସାଧୁ ତାର ଶପଥ ପାଠ କରାଇଥିଲେ। ଜିଲା ପାଳ ଡକ୍ଟର ମିଶ୍ର ତାଙ୍କ ବକ୍ତବ୍ୟରେ ଦୁର୍ନୀତି ଏକ ସାମାଜିକ ବ୍ୟାଧି କହି ଦୁର୍ନୀତି ମୁକ୍ତ ରାଷ୍ଟ୍ର ଗଠନ ରେ ସବୁ ସ୍ତରରେ ସମସ୍ତଙ୍କର ପ୍ରମୁଖ ଭୂମିକା ରହିଛି, ବିଶେଷ କରି ସମସ୍ତେ ନିଜ ନିଜ ସ୍ତରରେ ସତର୍କ ରହି, ବିଧି ବ୍ୟବସ୍ଥା ମଧ୍ୟରେ ମାନବିକ ମୂଲ୍ୟବୋଧ ଆଧାର ରେ ସେବା ମନୋଭାବ ନେଇ କାର୍ୟ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଦୁର୍ନୀତି କରିବା ଓ ନକରିବା ନିଜର ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ ବୋଲି କହିଥିଲେ। ସମ୍ମାନିତ ଅତିଥି ଆରକ୍ଷୀ ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ ତାଙ୍କ ବକ୍ତବ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ର ତାତ୍ପର୍ୟ୍ୟ ଉପରେ ଉଲ୍ଲେଖ କରି ଦୁର୍ନୀତି ନିବାରଣ ପାଇଁ ବ୍ୟାପକ ସଚେତନତା ଓ କାର୍ୟ୍ୟକ୍ଷେତ୍ରରେ ସ୍ବଚ୍ଛତାର ଆବଶ୍ୟକତା ଉପରେ ଗୁରୁତ୍ଵ ଦେଇଥିଲେ। ମୁଖ୍ୟବକ୍ତା ଡକ୍ଟର ବିଜୟ କୁମାର ମିଶ୍ର, ତାଙ୍କ ବକ୍ତବ୍ୟରେ ମନୁ ଓ କୋଟଲ୍ୟଙ୍କ ନୀତିବାଣୀ ସମ୍ପର୍କରେ ଉଲ୍ଲେଖ କରି ଦୁର୍ନୀତି ଓ ଦୁର୍ନୀତି ନିବାରଣ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଜିଲ। ଜିଲା ଓକିଲ ସଂଘ ସଭାପତି ନରସିଂହନାଥ ତ୍ରିପାଠୀ ଦୁର୍ନୀତି ଗ୍ରସ୍ତ ତଥା ଦୁର୍ନୀତି କୁ ହଟାଇବା ପାଇଁ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସର ଜିଲ।ସ୍ତରୀୟ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ଅତିଥି \ଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ। ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ। ମଙ୍ଗଳ ଅଧିକାରୀ ସ୍ମୂର୍ତ୍ତିରଞ୍ଜନ ସାମନ୍ତରାୟ, ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ କୁମାର ମିଶ୍ର, ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଜେନ୍ଦ୍ର ପ୍ରସାଦ ଆଚାର୍ୟ୍ୟ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ। ପରିଷଦ ଦେବୀ ପ୍ରସାଦ ଟାଳି, ପ୍ରକଳ୍ପ ପ୍ରଶାସକ ଜନଜାତି ଉନ୍ନୟନ ବିଭାଗ ବେଣୁଧର ଶବର, ଜିଲ। ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣ ଲତା ବିଶ୍ୱାସ, ନିର୍ବାହୀ ଯନ୍ତ୍ରୀ ଉଠା ଜଳସେଚନ ବିଭାଗ,ଇଂ. ଦିଲିପ୍ କୁମାର ଦାସ, ଜିଲ। ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଗୋଷ୍ଠୀଉନ୍ନୟନ ଅଧିକାରୀ, ଶିବ ପ୍ରସାଦ ପଟ୍ଟନାୟକ, ଏସି ଏଫ୍, ଧନୁର୍ଜୟ ମହାପାତ୍ର, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ୟ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଳ ପରିଚାଳନା କରିଥିଲେ। ଶେଷରେ ଉପ ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ବିଭାଗ କଳାବତି ବାଘ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories