BJD Bijuli 480×75 Mob

ପ୍ରତିଶ୍ରୁତି ପାଳନ କଲେ ବିଧାୟକ ; ନିଜେ ଉପସ୍ଥିତ ରହି ଚାଷୀଙ୍କୁ ସାର ଯୋଗାଇଲେ 

BJD Bijuli 480×75 Mob
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ୟୁରିୟା ସାର ଅଭାବ ପ୍ରତିବାଦ କରି ସାର ଯୋଗାଇଦେବା ଦାବିରେ ରାସ୍ତାରୋକ କରିଥିଲେ ଚାଷୀ | ଗତକାଲି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ବୃହତ ସମବାୟ ସମିତି ଯାଇ ସେଠାରେ ଲ୍ୟାମ୍ପ ପରିଚାଳନା ନିର୍ଦେଶକ ଏବଂ ଚାଷୀ ଙ୍କ ସହ ଆଲୋଚନା କରି ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଗୋଟି ଲ୍ୟାମ୍ପ କୁ ଯୁଦ୍ଧକାଳୀନ ଭିତିରେ ସାର ଯୋଗାଇଦେବାପାଇଁ ରାଜ୍ୟ କୃଷି ନିର୍ଦେଶକ ଙ୍କୁ ଚିଠିଲେଖି ଅନୁରୋଧ କରିବା ପରେ ଆଜି ବିଧାୟକ ନିଜେ ଡାବୁଗାଁ ଲ୍ୟାମ୍ପ ଗୋଦାମ ରେ ଉପସ୍ଥିତ ରହି ୪୯୮ ଜଣ ଚାଷୀଙ୍କୁ ୟୁରିଆ ସାର ବସ୍ତା ଯୋଗାଇଦେଇଥିଲେ | ସାର ପାଇ ଚାଷୀ ବିଧାୟକ ଙ୍କୁ ପ୍ରଶଂସା କରିଛନ୍ତି |

Comments are closed.