ନବରଙ୍ଗପୁର : ନବରଙ୍ଗପୁର ସହରରେ ସୁଧୁରୁନି ପରିମଳ ସମସ୍ୟା । ସହରର ଅଧିକାଂଶ ଜନଗହଳି ଅଂଚଳରେ କୁଢ଼ କୁଢ଼ ଆବର୍ଜନା ସହ ନାଳ ନର୍ଦ୍ଧମାରେ ମଇଳା ଜମି ରହି ପରିବେଶକୁ ଦୂଷିତ କରୁଅଛି । ଡେଙ୍ଗୁକୁ ହାତଠାରି ନିମନ୍ତ୍ରଣ କରୁଛି ସହରର ଛବି ।
ନବରଙ୍ଗପୁର ସହର ର ବିଭିନ୍ନ ସାହି ଏବଂ ଜନଗହଳି ପୂର୍ଣ୍ଣ ଜାଗାରେ ଦେଖିବାକୁ ମିଳୁଅଛି ଏପରି ଦୃଶ୍ୟ । ଲୋକେ କରୋନା ପରି ମହାମାରୀରୁ କିଛିଟା ଆଶ୍ବସ୍ତି ମିଳିଥିବା ବେଳେ ବର୍ତମାନ ରାଜ୍ୟରେ ଡେଙ୍ଗୁର ପ୍ରଭାବ ଯୋଗୁଁ ସରକାର ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ସହ ପରିବେଶକୁ ସଫାସୁତୁରା ରଖିବାକୁ ନିର୍ଦେଶ ଦେଇଥିବା ସ୍ଥଳେ ନବରଙ୍ଗପୁର ସହରର ମୁଖ୍ୟରାସ୍ତା ତଥା ନବରଙ୍ଗପୁର ଡିଆରଡ଼ିଏ କାର୍ୟ୍ୟାଳୟ ସମୁଖରେ ଥିବା ଗ୍ୟାରେଜ, ଇଣ୍ଡିଆନ ବ୍ୟାଙ୍କ ନିକଟରେ ଡ୍ରେନ ରେ ପାଣି ଯାଇନପାରି ରାସ୍ତା କଡରେ କାଦୁଅ ପୋଚ ପୋଚ ହୋଇ ଦୁର୍ଗନ୍ଧମୟ ହୋଇ ପଡ଼ିଅଛି । ଏହି ରାସ୍ତା ଦେଇ ଲୋକେ ପ୍ରତିଦିନ ଜିଲ୍ଲାପାଳ କାର୍ୟ୍ୟାଳୟ, ପୁଲିସ ଏସପି କାର୍ୟ୍ୟାଳୟକୁ ଯିବାଆସିବା କରିଥାନ୍ତି ହେଲେ , କାହାର ଦୃଷ୍ଟି ନାହିଁ । ସେହିପରି ନବରଙ୍ଗପୁର ସହରର ଥିବା ପଂଜାବ ନେସନାଲ ବ୍ୟାଙ୍କ ଏବଂ ଏଚଡିଏଫସୀ ବ୍ୟାଙ୍କ ପଛପଟେ ଥିବା ସାହିରେ ମଧ୍ୟ ଡ୍ରେନେଜ ଅବସ୍ଥା ସମାନ । ଲୋକଙ୍କ ସମସ୍ୟା ପାଇଁ କଲଭେଟ କରାଗଲା କିନ୍ତୁ ଛୋଟ କଲଭେଟ ତିଆରି ହୋଇ ମାଟି ଭର୍ତି ହୋଇ ରହିଥିବା ଯୋଗୁଁ ବର୍ଷ।ଦିନେ ପାଣି ରାସ୍ତା ଉପରେ ଜମିରହୁଛି । ଏନେଇ ସାହି ବାସିନ୍ଦା ପୌର ପରିଷଦ କାର୍ୟ୍ୟାଳୟ ଯାଇ ଅଭିଯୋଗ ମଧ୍ୟ କରିଥିଲେ ହେଁ କୌଣସି କାର୍ୟ୍ୟାନୁଷ୍ଠାନ କରୁନଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା ।
ନବରଙ୍ଗପୁର ସହରର ମୁଖ୍ୟ ବସଷ୍ଟାଣ୍ଡ, ପୁଲିସ ଥାନା ପଛପଟ ଗ ।ଦବାଗୁଡା ସାହି ଗଳି ରାସ୍ତାରେ କୁଡ଼କୁଡ଼ ଆବର୍ଜନା ପଡିଛି, ନ।ଳର ପାଣି ନିଷ୍କାସନ ନ ହୋଇ ଆବର୍ଜନା ପଡିରହି ଦୁର୍ଗନ୍ଧ ରେ ନାକ ଦେଇ ହଉନି। ଏପଟେ ପୌରପାଳିକା ସଫେଇ ଗାଡି ଆଶୁଛି କିନ୍ତୁ ନାଳ ସଫା କରୁନଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।
ନବରଙ୍ଗପୁର ସହରରେ ସୁଧୁରୁନି ପରିମଳ ବ୍ୟବସ୍ଥା ; ଡେଙ୍ଗୁକୁ ନିମନ୍ତ୍ରଣ କରୁଛି ସହରର ଛବି
Popular Categories



