www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ୱ ପରିବେଶ ଦିବସ; କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଗଛ ଲଗାଇଲେ ଜିଲ୍ଲାପ୍ରଶାସନ

ନବରଙ୍ଗପୁର : ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଅଭିନବ ପ୍ରୟାସ କ୍ରମେ, ନବରଙ୍ଗପୁର ଜିଲ୍ଲାର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ କରୋନା ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟରେ ଗଛ ଲଗାଇଲେ ଜିଲ୍ଲାପ୍ରଶାସନ । ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ନୂଆଗଡ଼ ମୌଜାର ଥିବା ଓଁ ଶାନ୍ତି ର ଆନନ୍ଦ ସରୋବର ଏବଂ ନବରଙ୍ଗପୁର ପୁଲିସ ରିଜର୍ଭ ପଡିଆ ଠାରେ ୧୧୪ ଗୋଟି ଆମ୍ବ ଗଛ ରୋପଣ ଜିଲ୍ଲା ପ୍ରଶାସନ ତରଫରୁ କରାଯାଇଛି।

ଏହି ଵୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ, ପ୍ରହଲ୍ଲାଦ ସହାଇ ମିନା, ଖଣ୍ଡିୟ ବନ ଅଧିକାରୀ,  ମଗର ଧନଜି ରାଓସ, ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ, ସହକାରୀ ବନ ସଂରକ୍ଷକ ଧନଞ୍ଜୟ ମହାପାତ୍ର, ଜିଲ୍ଲା ଶିଳ୍ପ କେନ୍ଦ୍ର ଅଧିକାରୀ , ବାଣେଶ୍ୱର ରାଓ ସୁବୁଦ୍ଧି, ଅବିଭକ୍ତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାର ଓଁ ଶାନ୍ତି ମୁଖ୍ୟ ପ୍ରଶାସିକା ବ୍ରହ୍ମକୁମାରୀ ନିଲମ ଦିଦି ପ୍ରମୁଖ ଭାଗ ନେଇଥିଲେ ।
ଭାରତରେ ଗୋଟିଏ ଲୋକଙ୍କ ପିଛା ବର୍ତ୍ତମାନ ଦେଶରେ ୨୮ ଟି ଗଛ ଥିବା ସମୟରେ ପାଶ୍ଚାତ୍ୟ ଦେଶ କାନାଡାରେ ମୁଣ୍ଡ ପିଛା ୫୦୦୦ ହଜାରରୁ ଅଧିକ ଗଛ ଅଛି। ଦେଶରେ ବର୍ତ୍ତମାନ କରୋନା ସମୟରେ ଅମ୍ଳଜାନ ଜନିତ ସମସ୍ୟା ଦୂର କରିବାକୁ ହେଲେ ପ୍ରତ୍ୟେକ ସରକାରୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ, ଶ୍ମଶାନ, ଆମୋଦ ପ୍ରମୋଦ ଉଦ୍ୟାନ ଏବଂ ଖୋଲା ସ୍ଥାନ ମାନଙ୍କରେ ବ୍ୟାପକ ବୃକ୍ଷ ରୋପଣ କରିବା ଛଡା ଅନ୍ୟ ଉପାୟ ନାହିଁ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ନିଜର କିମ୍ବା ନିଜ ପରିବାରର ଜନ୍ମ ଦିନ ହେଉ କିମ୍ବା ନିଜର ବିବାହ ବାର୍ଷିକ ଉତ୍ସବ ପାଳନ ଅବସରରେ ହେଉ କିମ୍ବା ନିଜର ଦିବଙ୍ଗତ ପିତୃପୁରୁଷଙ୍କ ଶ୍ରାଦ୍ଧ ଦିବସରେ ଗୋଟିଏ ବୃକ୍ଷ ରୋପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ଜିଲ୍ଲାବାସୀ ଙ୍କୁ ଅନୁରୋଧ କରିଥିଲେ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories