www.samajalive.in
Sunday, December 7, 2025
26.1 C
Bhubaneswar

ବୟସର ଅପରାହ୍ନରେ ବର୍ଦ୍ଧିତ ଭତ୍ତା ସାଙ୍ଗକୁ ଆବାସ ଗୃହ କେବେ ମିଳିବ ଆଶାରେ ଵୃଦ୍ଧା ମହିଳା 

ନବରଙ୍ଗପୁର : ବୟସର ଅପରାହ୍ନ ରେ ବର୍ଦ୍ଧିତ ଭତ୍ତା ଏବଂ ରହିବା ପାଇଁ ଆବାସ ଯୋଜନାରେ ଗୋଟିଏ ଘର ମିଳିବ ବୋଲି ଆଶା ଆଉ ଅପେକ୍ଷା ରେ ଵୃଦ୍ଧା ମହିଳା ।  ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଅଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ସାଦରମାହକୁମା ପଂଚାୟତ ର ଖଣ୍ଡିଆ ଗୁଡା ଗ୍ରାମରେ ।  ଏହି ଗ୍ରାମରେ ବସବାସ କରୁଥିବା ୮୫ବର୍ଷ ବୟସର ବୃଦ୍ଧ ମହିଳା ଆଶାଏ ଜାନୀଙ୍କ ଦୁଃଖ କହିଲେ ନ ସରେ ।  ବୃଦ୍ଧ ବିଧବା ମହିଳା ଏକୁଟିଆ ଭଙ୍ଗା ଦଦରା ଘରେ ରହି ନିଜ ଜୀବନ କାଟୁଥିବା ବେଳେ ଆଜି ପର୍ୟ୍ୟନ୍ତ ଘରଟିଏ ପାଇଁ କହି କହି ବୟସ ଆସି ଅପରାହ୍ନରେ ପହଂଚି ସାରିଲାଣି । ଆବାସ ଯୋଜନାରେ ଘରଟିଏ ମିଳିଲାନି ବର୍ଦ୍ଧିତ ଭତ୍ତା ମଧ୍ୟ ହେଲାନାହିଁ  । ସରକାରଙ୍କ ତରଫରୁ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଳ ମିଳୁଥିଲା ତାହା ବି ଗତ ଡିସେମ୍ବର ମାସଠୁ ମିଳୁନାହିଁ।  ଏହି ପରିଣତ ବୟସରେ  ଲୁହାଭରା କଣ୍ଠ ରେ କହିଛନ୍ତି ଅସକ୍ଷଏ ଜାନି ।  ରାତି ହେଲେ ଘର ଭିତରୁ ଜହ୍ନ ଦେଖାଦେଉଛି । ବର୍ଷା ହେଲେ ଘର ଭିତରେ ପାଣି ଗଳୁଛି ବିପଦ ପୂର୍ଣ୍ଣ ଅବସ୍ଥାରେ ଜୀବନ ବିତୁଛି ।  ତତ୍କାଳୀନ ବିଡ଼ିଓଙ୍କ ଦୃଷ୍ଟିରେ ପଡ଼ିବା ପରେ ସେ ଅନ୍ନପୂର୍ଣ୍ଣା ଯୋଜନାରେ ୧୦କିଲୋ ଚାଉଳ ଯୋଗାଇ ଦେଉଥିଲେ । ବିଡ଼ିଓଙ୍କ ବଦଳି ପରେ ଡ଼ିସେମ୍ବର ମାସ ପରେ ଆଉ ଚାଉଳ ମିଳୁନାହିଁ। ଘର ପାଇଁ ପଞ୍ଚାୟତରେ ୨୦ ବର୍ଷ ହେଲା ଗୁହାରି କରୁଛନ୍ତି । ଏ ନେଇ ତେନ୍ତୁଳିଖୁଣ୍ଟି ଭାରପ୍ରାପ୍ତ ବ୍ଲକ ଯୋଗାଣ ଅଧିକାରୀ ରାଜେଶ ଶବରଙ୍କୁ ଯୋଗାଯୋଗ କରିବାରୁ ପୁନର୍ବାର ଅନ୍ନପୂର୍ଣ୍ଣା ଯୋଜନାରେ ୧୦ କିଲୋ ଚାଉଳ ମାଗଣାରେ ଯୋଗାଇ ଦେବାକୁ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି ।  ବର୍ଦ୍ଧିତ ଭତ୍ତା ଏବଂ ଆବାସ ଯୋଜନାରେ ଘର କେବେ ମିଳିବ ସେନେଇ ଅପେକ୍ଷା କରିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories