www.samajalive.in
Sunday, December 7, 2025
14.1 C
Bhubaneswar

ନବରଙ୍ଗପୁରରେ ଦିଶା ବୈଠକ, ସରକାରୀ ଅଧିକାରୀଙ୍କୁ ଟାର୍ଗେଟ କଲେ ଲୋକପ୍ରତିନିଧି

ନବରଙ୍ଗପୁର : ସ୍ଥାନୀୟ ମିଶନଶକ୍ତି ହଲ ଠାରେ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ରମେଶ ଚନ୍ଦ୍ର ମାଝୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲାପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ଉପାଧ୍ୟକ୍ଷା ନିବେଦିତା ମହାନ୍ତି , ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ମାକର ସାହୁ, ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲାସ୍ତରୀୟ ଅଧିକାରୀ, ଦିଶା କମିଟିର ସଭ୍ୟସଭ୍ୟା, ବ୍ଲକର ଅଧ୍ୟକ୍ଷପ୍ରମୂଖ ଯୋଗଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବୈଠକରେ କେନ୍ଦ୍ର ସରକାରଙ୍କର ବିଭନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ। ତେବେ ବିଭିନ୍ନ ବିଭାଗରେ ଚାଲିଥିବା ସରକାରୀ କାର୍ଯ୍ୟନେଇ ଖୋଦ୍‍ ଶାସକ ଦଳର ଲୋକ ପ୍ରତନିଧିମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।

ସ୍ୱାସ୍ଥ୍ୟବିଭାଗ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା,ବନବିଭାଗର କାର୍ଯ୍ୟ ଉପରେ ଅସନ୍ତୋଷ ପ୍ରକାଶ କରି ବର୍ଷିଥିଲେ । ଜିଲାରେ ଗତ ୧୫ ଦିନରେ ୩ଜଣ ପ୍ରସୂତିଙ୍କର ମୃତ୍ୟୁ ଓ ଗତ ତିନି ମାସ ହେଲା ଦିବ୍ୟାଙ୍ଗଙ୍କୁ ପ୍ରମାଣପତ୍ର ମିଳୁନଥିବାକୁ ନେଇ ନେଇ ସଭ୍ୟ ପ୍ରମୋଦ କୁମାର ପାଢୀ ଉଦବେଗ ପ୍ରକାଶ କରିଥିଲେ। ଜିଲାଡାକ୍ତରଖାନରେ ରେଫରାଲ କେନ୍ଦ୍ର ହୋଇଥିବା କହିଥିଲେ। ଉମରକୋଟ ବିଧାୟକ ଶ୍ରୀଗଣ୍ଡ କରୋନାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କର ପରିବାରକୁ ମୃତ୍ୟୁ ପ୍ରମାଣ ପତ୍ର ମିଳିନଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏଣିକି ପ୍ରତି ମାସର ୧ତାରିଖରେ ଦିବ୍ୟାଙ୍ଗଙ୍କୁ ପ୍ରମାଣପତ୍ର ଦିଆଯାଉଥିବା ସିଡିଏମଓ କହିଥିଲେ । ନବରଙ୍ଗପୁର ସହର ପାଖଦେଇ ନୂତନ ରେଳପଥର ସର୍ଭେ କରାଯାଇଥିବାରୁ ଏହାକୁ ଘୁଞ୍ଚାଇ ନୂତନ ଜିଲା ଅଦାଲତ ବିଲ୍ଡିଂ ପରେ ନୂତନ ରେଳପଥ ସର୍ଭେ କରାଯିବାକୁ ଆଲୋଚନା କରାଯାଇ ଜିଲାପାଳ ପଦକ୍ଷେପ ନେବାକୁ ବୈଠକରେ କୁହାଯାଇଥିଲା । ବନବିଭାଗ ବିକାଶରେ ପ୍ରତିବନ୍ଦକ ସାଜି ନୂତନ ରାସ୍ତା ପାଇଁ ଜମିଦେଉନଥିବା ଅଭିଯୋଗ ହୋଇଥିଲା । ଏହି ବିଭାଗ ଦ୍ୱାରା ବହୁ ଦୁର୍ନୀତି ହୋଇଥିବା ନେଇ ସଭ୍ୟ ଶ୍ରୀ ପାଢୀ ବହୁ ପାଟି ତୁଣ୍ଡ କରି ଡିଏଫଓ ଙ୍କର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗଅହଣ କରିବାକୁ ଦାବି କରିଥିଲେ। ଡିଏଫଓ କୈାଣସି ଜିଲା ବୈଠକକୁ ଆସୁନଥିବା ଅଭିଯୋଗ ହୋଇଥିଲା। ତେବେ ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସାଂସଦ ଶ୍ରୀମାଝୀ କହିଥିଲେ। ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀ, ଯାଦବମାଝୀ ,ହବିବୁଲ୍ଳାଖାଁ, ରବିସିଂ ମାଝୀ ଓ ଜଗନ୍ନାଥ ତ୍ରିପାଠୀଙ୍କର ନାମରେ ରାସ୍ତା କରିବାକୁ ନିଷ୍ପତ୍ତି ନିଆଯାଇଥିଲ। ଜିଲାରେ ବାରମ୍ବାର ବିଦ୍ୟୁତ କାଟ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା କେତେକ ଗାଁରେ ବିଦ୍ୟୁତ ସଂଯୋଗ ହୋଇନଥିଲେ ମଧ୍ୟ ବିଦ୍ୟୁତ ବିଲ ଆସୁଥିବାନେଇ ବୈଠକରେ ଉଦ୍‍ବେଗ ପ୍ରକାଶ ପାଇଥିଲା। ସେହିପରି ବହୁ ଗ୍ରାମରେ ନେଟୱାର୍କ ସଂଯୋଗ ହୋଇନଥିବାରୁ ଲୋକ ମାନେ ହଇରାଣ ହେଉଥିବା କୁହଯାଇଥିଲ।। ପ୍ରଧାନମନ୍ତ୍ରୀ ସଡକ ଯୋଜନାର ମରାମତି ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବୈଠକରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଏକ କମିଟିଏହାର ତଦନ୍ତ କରିବ ବୋଲି ସାଂସଦ ଶ୍ରୀ ମାଝୀ କହିଥିଲେ। ପାତ୍ରପୁଟ ଠାରୁ କଳାହାଣ୍ଡି ରାସ୍ତାର ତୁରନ୍ତ ନିର୍ମାଣ ଶେଷ କରିବା ଓ କେନ୍ଦିଗୁଡା ପ୍ରସ୍ତାବିତ ସେତୁ ନିର୍ମାଣର ସର୍ଭେ କାର୍ଯ୍ୟ କରିବାକୁବିଧାୟକ ଶ୍ରୀ ପ୍ରଧାନୀ କହିଥିଲେ। ଜିଲାରେ ମରୁଡି ପରିସ୍ଥିତିନେଇ ବୈଠକରେ କୃଷି ବିଭାଗ କୁ ତଥ୍ୟଲୋଡିଥିଲେହେଁ ମୁଖ୍ୟ କୃଷି ଅଧିକାରୀଙ୍କର ନିକଟରେ ସବିଶେଷ ତଥ୍ୟ ନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ସହିତ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରାଯାଇଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories