ଶ୍ରୀଜୀଉଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ ଦର୍ଶନ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ନେତ୍ରୋତ୍ସବ ପାଳନ ହୋଇଥିବା ବେଳେ ସନ୍ଧ୍ୟାରେ ଜୀଉଙ୍କ ନବଯୌବନ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।  ଦେବସ୍ନାନ ପରେ ଜୀଉଙ୍କୁ ଅଣସର ଘରେ ରଖାଯାଇଥିଲା। ସେଠାରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଓ ପତିତପାବନଙ୍କ ଦେହ ଅସୁସ୍ଥ ରହିଥିବାରୁ ସେବାୟତ ମାନେ ବିଭିନ୍ନ ପ୍ରକାର ଉପଚାର କରି ଶ୍ରୀ ଜୀଉଙ୍କୁ ସୁସ୍ଥ କରାଇଥିଲେ। ସୋମବାର ପୁରୋହିତ ନରସିଂହ ତ୍ରିପାଠୀ ରୀତିନୀତି ଅନୁଯାୟୀ ପୂଜାପାଠ କରି ଜୀଉଙ୍କୁ ନେତ୍ରୋତ୍ସବ କରିଥିଲେ। ଅଣସର ଘରୁ ସେବାୟତ ମାନେ ଶ୍ରୀ ଜୀଉଙ୍କୁ ଜଗମୋହନ କୋଠାକୁ ଆଣି ସେହିଠାରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଓ ପତିତପାବନଙ୍କୁ ସୁସଜିତ କରିଥିଲେ । ସନ୍ଧ୍ୟାରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା । ଶ୍ରୀ ଜୀଉଙ୍କ ନବଯୌବନ ବେଶ ଦର୍ଶନ ପାଇଁ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଲାଗିରହିଥିବା ଦେଖବାକୁ ମିଳିଛି । ଆସନ୍ତା କାଲି ଜୀଉଙ୍କ ଗୁଣ୍ଡିଚା ଯାତ୍ରା ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବା ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀ କହିଛନ୍ତି ।

Comments are closed.