ନବ ଦାସ ହତ୍ୟା ମାମଲା: ଉପର କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ
ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳ ଦାସର ମେଡିକାଲ ଟେଷ୍ଟ ପାଇଁ ଝାରସୁଗୁଡା ଜିଲ୍ଲା ଓ ଦୌରା ଅଦାଲତରେ ପ୍ରାର୍ଥନା କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ପୁଣି ଆବେଦନ କରିଛନ୍ତି ତଦନ୍ତ ଅଧିକାରୀ।
ସୂଚନାଯୋଗ୍ୟ, ପୂର୍ବରୁ ୨୦ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାନ୍ୟବର ଜେଏମଏଫସି ଅଦାଲତରେ ଏନେଇ ଆବେଦନ କରାଯାଇଥିଲା। କିନ୍ତୁ ଅଦାଲତ ଆବେଦନକୁ ଖାରଜ କରିଥିଲେ।
Comments are closed.