www.samajalive.in
Monday, December 8, 2025
16.1 C
Bhubaneswar

ନାକ ବାଇନାରି ଆକ୍ରିଡେସନ ଆରମ୍ଭ ହେବ, ଶିକ୍ଷାନୁଷ୍ଠାନକୁ ମାନ୍ୟତା ପାଇଁ ମିଳିବ ସୁଯୋଗ

ଭୁବନେଶ୍ବର: ବଦଳିଲା ନାକ ମାନ୍ୟତା ନିୟମ, ଆଉ ରହିବନି ଗ୍ରେଡେସନ। ଏଣିକି ସ୍ବୀକୃତି ଓ ଅଣ ସ୍ବୀକୃତି ଆକ୍ରିଡେସନକୁ ମିଳିବ ନାକ ମାନ୍ୟତା। ଫଳରେ ନାକ ମାନ୍ୟତା ପାଇବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁଯୋଗ ମିଳିବ। ସମଗ୍ର ଭାରତରେ ଏହି ନିୟମ ଲାଗୁ ହେବ।  ଏଣିକି ଗ୍ରେଡିଂ ପଦ୍ଧତିରେ ଅନ୍ତ ଘଟାଇ ବାଇନାରି ଆକ୍ରିଡେସନ ବ୍ୟବସ୍ଥା ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ। ଏହାପରେ ଜାନୁଆରୀରୁ ଲାଗୁ ହେବ ଲେବଲ ସିଷ୍ଟମ। ଅନୁଦାନପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଲେବଲ ୧ରୁ ୫ ରହିବ। ସର୍ବଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ଓ କଲେଜକୁ ମିଳିବ ଲେବଲ ୫। ଫଳରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଭାରତ ବିଶ୍ବର ସର୍ବଶ୍ରେଷ୍ଠ ଦେଶ ଭାବେ ପରିଗଣିତ ହୋଇପାରିବ ବୋଲି  ଜାତୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ(ନାକ) ଅଧ୍ୟକ୍ଷ ପ୍ରଫେସର ଅନିଲ ଡି.ସହସ୍ରବୁଧେ ସୂଚନା ଦେଇଛନ୍ତି।

ବେଙ୍ଗାଲୁର ଜାତୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ(ନାକ) ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ‘ନାକ ସଂସ୍କାର ୨୦୨୪, ଦ୍ବିପାକ୍ଷିକ ମାନ୍ୟତା ତଥା ଦକ୍ଷିଣାଞ୍ଚଳ ପରାମର୍ଶଦାତା କର୍ମଶାଳା’ ଉଯଯାପିତ ହୋଇଛି। ଦୀକ୍ଷାନ୍ତ ଭବନରେ ଆୟୋଜିତ ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ଅନିଲ ସହସ୍ରବୁଧେ କହିଥିଲେ ଯେ ନୂତନ ଜାତୀୟ ଶିକ୍ଷା ନୀତି (ଏନଇପି) ଉଚ୍ଚଶିକ୍ଷା ପାଇଁ ଆନ୍ତର୍ଜାତୀୟ ମାନ୍ୟତା ପାଇବାରେ ସହାୟକ ହେବ। ଏହା ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ପଥ ପରିଷ୍କାର କରିବ। ଆମର ପାଠ୍ୟକ୍ରମ ଏବଂ ମୂଲ୍ୟାଙ୍କନ ପ୍ରକ୍ରିୟାରେ ଏହି ମୂଲ୍ୟବୋଧକୁ ପ୍ରତିଫଳିତ କରି ଏକ ଶକ୍ତିଶାଳୀ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଆମର ସାଂସ୍କୃତିକ ମୂଲ୍ୟବୋଧ ଏବଂ ନୈତିକତାକୁ ସୁଦୃଢ଼ କରିପାରିବ ବୋଲି ପ୍ରକାଶ କରିଥିଲେ।

- Advertisement -

ନାକ ନିର୍ଦେଶକ ଡ. ଗଣେଶନ କନ୍ନାବିରାନ  ‘ବାଇନାରୀ ଆକ୍ରିଡେସନ୍’ର ବୈଶିଷ୍ଟ୍ୟ ଉପସ୍ଥାପନ କରିଥିଲେ। ଡକ୍ଟର ରାଧାକ୍ରିଷ୍ଣନ୍ କମିଟି ଦ୍ୱାରା ପ୍ରସ୍ତାବିତ ୧୦ନିୟମାବଳୀରୁ ବାଇନାରୀ ଫ୍ରେମୱାର୍କ ଢାଞ୍ଚା  ପ୍ରସ୍ତୁତ କରାଯାଇଛି।  ଏହା ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ କଲେଜ ଏବଂ ଅନୁବନ୍ଧିତ କଲେଜଗୁଡ଼ିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି।

ଅନ୍ୟମାନଙ୍କ ମଧ୍ୟରେ ନାକ ପରାମର୍ଶଦାତା ପ୍ରଫେସର ଏମ.ଏସ. ଶ୍ୟାମସୁନ୍ଦର, ଆଇଆଇଟି ଖଡଗପୁର ପ୍ରଫେସର ପଲ୍ଲବ ବାନାର୍ଜୀ, ୟୁଜିସି ସଚିବ ପ୍ରଫେସର ମନୀଷ ଆର ଯୋଶୀ ନାକ ପ୍ରସ୍ତୁତି ମାନଦଣ୍ଡ, ମୂଲ୍ୟାଙ୍କନ ଓ ମାନ୍ୟତା କିଭଳି ମିଳିପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ଉପାଦେୟ ପରାମର୍ଶ ଦେଇଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଦୁଇଦିନିଆ କର୍ମଶାଳାର ଉଦଯାପନି ଉତ୍ସବରେ ନାକ ସହାକାରୀ ପରାମର୍ଶଦାତା ଡକ୍ଟର ପ୍ରିୟା ନାରାୟଣନ୍ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ନାକ ସହକାରୀ ପରାମଶଦାତା ଡ.ଶ୍ୟାମସିଂହ ଇନ୍ଦା। ଉତ୍କଳ ବିଶ୍ୱବିଦ୍ୟାଳୟର ଆଇକ୍ୟୁଏସି ନିର୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ଏହି କର୍ମଶାଳାକୁ ସଂଯୋଜନା କରିଥିଲେ।

ବୈଷୟିକ ଅଧିବେଶନ ଅବସରରେ ଆୟୋଜିତ ପ୍ୟାନେଲ ଆଲୋଚନାରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏବଂ ରାଞ୍ଚି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅଜିତ କୁମାର ସିହ୍ନା ଏବଂ ଡ.ପିଭି କିଟ୍ଟିମାନି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଖୋଲା ଅଧିବେଶନ ଓ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଂଶଗ୍ରହଣକାରୀ ସେମାନଙ୍କ ସଂଶୟ ଦୂର ପାଇଁ ବିଶେଷଜ୍ଞମାନଙ୍କ ସହ ଭାବବିନିୟ ଆଦାନପ୍ରଦାନ କରିଥିଲେ। ଶେଷରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଅଧିବେଶନର ସାଂରାଶ ଉପରେ ଆଲୋକପାତ କରିଥିଲେ।

ଏହି କର୍ମଶାଳାରେ ଓଡ଼ିଶା ସମତେ ପଶ୍ଚିମବଙ୍ଗ, ପାଟଣା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାର ପ୍ରଦେଶର କୁଳପତିଙ୍କ ସମେତ ଉଚ୍ଚ ଶିକ୍ଷା ବିଭାଗର ଅଧିକାରୀ ଏବଂ ଉଚ୍ଚଶିକ୍ଷାନୁଷ୍ଠାନର ଆକ୍ୟୁଏସି ନିର୍ଦେଶକ, ନାକ ନିର୍ଦେଶକ ଓ ଅନ୍ୟ ଅଧିକାରୀ ପ୍ରମୁଖ ୫୦୦ ପ୍ରତିନିଧି ଯୋଗଦେଇଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories