ଜାତୀୟ ରାଜପଥ ଉପରେ ବଡ ବଡ ଖାଲ
ହରଭଙ୍ଗା : ହରଭଙ୍ଗା ବ୍ଲକ ସଦର ମହକୁମା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ବଜାରରୁ ଭୈରବୀ ଉଚ୍ଚମହାବିଦ୍ୟାଳୟ ରାସ୍ତା ମଧ୍ୟଭାଗରେ ଦୁଇଟି ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ଲୁହାରଡ ଦେଖାଯାଉଛି । ଫଳରେ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଛି । ତୁରନ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହାର ମରାମତି ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ସମାଜସେବୀ ଶଶିକାନ୍ତ ସାହୁ ଦାବୀ କରିଛନ୍ତି ।
Comments are closed.