www.samajalive.in
Monday, December 15, 2025
14.1 C
Bhubaneswar

ମେଧାବୀଙ୍କୁ ଜ୍ଞାନଜ୍ୟୋତି ପ୍ରତିଭା ସମ୍ମାନ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ କଟକିଆସାହି ପଞ୍ଚାୟତର ବଉଳପଦାସ୍ଥିତ ହରିବାବା ଛାତ୍ର ମଙ୍ଗଳ ଦାତବ୍ୟ ସଂସ୍ଥା ଆନୁକୁଲ୍ୟରେ ବୁଧବାର ଗତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କୁ ଜ୍ଞାନଜ୍ୟୋତି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି । ସଂସ୍ଥାର ମୁଖ୍ୟ ଉପଦେଷ୍ଟା ସାଧୁ ଗଦାଧର ଦାସଙ୍କ ପୃଷ୍ଠପୋଷକତାରେ ଏବଂ ଶିକ୍ଷାବିତ୍‌‌ ଶ୍ୟାମସୁନ୍ଦର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହକୁ ଶିକ୍ଷାବିତ୍‌‌ ତଥା ସଂପାଦକ ଶ୍ରୁତିଧର ପ୍ରଧାନ ସଂଯୋଜନା କରିଥିଲେ। ନଦୀକୂଳ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଜ୍ଞାନଜ୍ୟୋତି ପ୍ରତିଭା ସମ୍ମାନ ବିଦ୍ୟାର୍ଥୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ପ୍ରଧାନ ଶିକ୍ଷକ ତଥା ସଦସ୍ୟ ବନବିହାରୀ ଦାସ, ଧରଣୀଧର ମହାପାତ୍ର ଓ ବିଷ୍ଣୁଚରଣ ସାହୁ ପ୍ରମୁଖ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ନଦୀକୂଳ ଅଞ୍ଚଳର ପାଟେଣିଗାଁସ୍ଥିତ ସର୍ପେଶ୍ୱର ବିଦ୍ୟାପୀଠ ଓ ମେଘାର ବିଶ୍ୱେଶ୍ୱର ପ୍ରକଳ୍ପ ହାଇସ୍କୁଲରେ ଗତ ମାଟ୍ରିକ ପରୀକ୍ଷାରେ ଏ-୧, ଏ-୨, ବି-୧ ଓ ବି-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ୩୨ଜଣ ବିଦ୍ୟାର୍ଥୀଙ୍କୁ ଜ୍ଞାନଜ୍ୟୋତି ପ୍ରତିଭା ସମ୍ମାନ ସ୍ୱରୂପ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସ୍ଥାର ସଦସ୍ୟ ସୁରେଶ ଚନ୍ଦ୍ର ପଣ୍ଡା, ରାଜକିଶୋର ପଣ୍ଡା, ରାଧାନାଥ ପଣ୍ଡା, ବିଭୁତି ଭୂଷଣ ସାମଲ ଓ ଟୁକୁନା କଅଁର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସହ ସଂପାଦକ ଫକିର ଚରଣ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories