www.samajalive.in
Sunday, December 14, 2025
26.1 C
Bhubaneswar

ଉତ୍କଳ ପ୍ରଦେଶ କ୍ରାନ୍ତିତୀର୍ଥକୁ ରକ୍ତତୀର୍ଥରେ ପରିଣତ କରିଥିଲା: ରାଜ୍ୟପାଳ

ଭୁବନେଶ୍ବର: ଅଗ୍ନିବର୍ଷାର ମନ୍ତ୍ରଦାତା ମହାତ୍ମାଗାନ୍ଧୀ  ୧୯୪୨ ଅଗଷ୍ଟ ୯ରେ ‘କର ବା ମର’ ଆହ୍ବାନ ଦେଇଥିଲେ। ସେହି ଆହ୍ବାନ ଇଂରେଜଙ୍କୁ ଭାରତ ଛାଡିବାକୁ ସାବଧାନ କରିଥିଲା। ଉତ୍କଳ ପ୍ରଦେଶରେ ସେ ଆହ୍ବାନରେ କ୍ରାନ୍ତିତୀର୍ଥ ରକ୍ତତୀର୍ଥରେ ପରିଣତ ହୋଇଥିଲା। ପ୍ରଥମ ମହିଳା ଶହୀଦ ଏହି ପ୍ରଦେଶରୁ ଅମରତ୍ବ ଲାଭ କରିଥିଲେ। ଭାରତ ଛାଡ ଆନ୍ଦୋଳନ ଦିବସ ତଥା ଅଗଷ୍ଟ କ୍ରାନ୍ତି ଦିବସରେ ଶହୀଦ ସ୍ମାରକୀ  ସ୍ବାଧୀନତା ସଂଗ୍ରାମୀ ସଦନଠାରେ ‘ଶହୀଦ ସ୍ମାରକ’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ମତ ରଖିଛନ୍ତି। ସେ  କହିଛନ୍ତି କ୍ରାନ୍ତି ତୀର୍ଥ ରକ୍ତ ତୀର୍ଥରେ ପରିଣତ ହେବାରୁ ଆମକୁ ସ୍ବାଧୀନତା ମିଳିବାରେ ସହଜ ହୋଇଥିଲା।ସ୍ବାଧୀନତା ସଂଗ୍ରାମୀ ସମିତି ଓ  ଯୁବ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ ଅଗଷ୍ଟ କ୍ରାନ୍ତି ଦିବସ ସମାରୋହରେ ମୁଖ୍ୟ ଅତିଥ୍ଖଭାବେ ଯୋଗ ଦେଇ ରାଜ୍ୟପାଳ କହିଥ୍ଖଲେ ଯେ, ଭାରତର ସ୍ବାଧୀନତା  ସଂଗ୍ରାମରେ ଓଡ଼ିଶାର ସବୁ ଜିଲ୍ଲାରୁ ଶହ ଶହ ସଂଗ୍ରାମୀ ବଳିଦାନ ଦେଇଥିଲେ।

ପରିବାରକୁ ତ୍ୟାଗ କରି ଦେଶ ପାଇଁ   ଜୀବନ ହାରିଥିଲେ। ଶହୀଦ ଲକ୍ଷ୍ମଣ ନାୟକଙ୍କ ଠାରୁ ଆରମ୍ଭ କରି  ଅନେକ ଶହୀଦଙ୍କ ବଳିଦାନରେ ଆମେ ଏହି ସ୍ବାଧୀନତା ପାଇଛନ୍ତି ବୋଲି ଉଲ୍ଲେଖ କରି ସେ କହିଥ୍ଖଲେ ଯେ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଭୂମିକା ମଧ୍ୟ ଏହି ଆନ୍ଦୋଳନରେ ପ୍ରଶଂସନୀୟ ରହିଥିଲା। ଅଗଷ୍ଟ କ୍ରାନ୍ତିର ବିପ୍ଲବରେ ଇଂରେଜ ଭାରତ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲା। ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ବିରୂପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ  ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ଅମର ପ୍ରସାଦ ଶତପଥୀ, ବିଧାୟକ ସୁରେଶ କୁମାର ରାଉତରାୟ, ବିଧାୟିକା ସୁନନ୍ଦା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇ ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବାଧୀନତା ସଂଗ୍ରାମୀ ଉତ୍ତରଦାୟଦ ସଂଗଠନର କାର‌୍ୟ୍ୟକର୍ତ୍ତା ଶିବନାରାୟଣ ମିଶ୍ର, ପ୍ରଶାନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ,ପ୍ରଭାକର ସାହୁ, ଶରତ ଚନ୍ଦ୍ର ପ୍ରଧାନ, ଶିବବ୍ରତ ଦାଶ, କିରଣବାଳା ଦାଶ, ପ୍ରମେଶ କୁମାର ମହାନ୍ତି, ମାନବେନ୍ଦ୍ର ମିଶ୍ର,  ‘ଅଭିଯାନ’ସଂଯୋଜକ ମଧୁ ଭାଇ, ବିଚିତ୍ରାନନ୍ଦ ମହାନ୍ତି, ପ୍ରିୟରଞ୍ଜନ ମହାପାତ୍ର, ସ୍ଥାନୀୟ କର୍ପୋରେଟର ରଞ୍ଜୁଲତା ରାୟ ପ୍ରମୁଖ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

- Advertisement -

ଯୁବ ସାମ୍ମୁଖ୍ୟର ଅଭୟ  ବଡଜେନା, ଉପେନ୍ଦ୍ର ପାଢୀ, ଜଗନ୍ନାଥ ପାଢୀ,ସନ୍ତୋଷ କୁମାର ପତି, ଗିରିଜା ମହାପାତ୍ର,ସୁଧାଂଶୁ ମହାପାତ୍ର,ଶ୍ୟାମପ୍ରସାଦ ପଟ୍ଟନାୟକ, ବୈରାଗୀ ଚରଣ ନାୟକ, ନବ ବାରିକ, ନିର୍ମଳ ମଲ୍ଲିକ, ନିହାର ରଞ୍ଜନ ମହାନ୍ତି, ଭିକାରୀ ଚରଣ ବୈଶାକ,ସ୍ଥିତପ୍ରଜ୍ଞ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥ୍ଖବା ବେଳେ ରାଜ୍ୟପାଳଙ୍କୁ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଅଭୟ ବଡଜେନା ଏବଂ ବିଜୟ କୁମାର ତ୍ରିପାଠୀ ଚରଖା ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଳକମିଶନରେଟ ପୁଲିସ ପକ୍ଷରୁ  ପୋଲିସ ବ୍ୟାଣ୍ଡ୍ ଦ୍ବାରା ଜାତୀୟ ସଙ୍ଗୀତଗାନ କରାଯାଇଥିଲା।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories