www.samajalive.in
Sunday, December 7, 2025
26.1 C
Bhubaneswar

ବଡ଼ ପରଦାରେ “ମୁଥିୟା ମୂରଲୀଧରଣ”ଙ୍କ ବାୟୋପିକ୍

ମୁମ୍ବଇ : ବଲିଉଡ଼ ଠାରୁ ଆରମ୍ଭ କରି ତେଲୁଗୁ, ତାମିଲ ପର୍ୟ୍ୟପ୍ତ ସବୁଆଡେ ଏବେ ବାୟୋପିକର ସୁଅ ଛୁଟିଛି। ରାଜନୈତିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି କ୍ରିକେଟରଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ରମାନ ନିର୍ମାଣ ହେବାରେ ଲାଗିଛି। ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ ମଧ୍ୟ କରୁଥିବା ଦେଖାଯାଇଛି। ସୂଚନା ମୁତାବକ, ଖୁବଶୀଘ୍ର ଶ୍ରୀଲଙ୍କା କ୍ରିକେଟର ପୂର୍ବତନ ସ୍ପିନ୍ ବୋଲର “ମୁଥେୟା ମୂରଲୀଧରଣ”ଙ୍କ ଜବନି ଉପରେ ତାମିଲରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବ। ଯାହାର ନାମ “୮୦୦” ରଖାଯିବ। ମୁଥେୟା ମୁରଲିଧରନ ତାଙ୍କ କ୍ରିକେଟ କ୍ୟାରିୟରେ ନେଇଥିବା ୱିକେଟକୁ ନେଇ ଏହାର ନାମକରଣ କରାଯିବ ବୋଲି ଜଣାପଡ଼ିଛି। ସାଉଥ୍ ସୁପରଷ୍ଟାର “ବିଜୟ ସେଥୁପତି” ମୂରଲୀଧରଣଙ୍କ ଚରିତ୍ରରେ ଅଭିନୟ କରିବେ। ଏମ୍.ଏସ୍. ଶ୍ରୀପତି ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନାର ଭାର ବହନ କରୁଥିବା ବେଳେ ଏହି ସିନେମାର ଶୁଟିଂ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ।
ନିଜ ଜୀବନିକୁ ନେଇ ନିର୍ମାଣ ହେବାକୁ ଯାଉଥିବା ଚଳଚ୍ଚିତ୍ରକୁ ନେଇ ମୁଥିୟା କହିଛନ୍ତି, “ମୁଁ ସମ୍ମାନିତ ଅନୁଭବ କରୁଛି, ବହୁତ ଖୁସି ଅଛି ଯେ ବିଜୟଙ୍କ ଭଳି ସାଉଥ ସୁପରଷ୍ଟାର ମୋ ଚରିତ୍ରରେ ଅଭିନୟ କରିବେ। ମୁଁ ପାଖାପାଖି ତିନିମାସ ହେବ ଚଳଚ୍ଚିତ୍ର ନିର୍ମାଣ ହେବା ପ୍ରକ୍ରିୟାରେ ସାମିଲ ରହିଛି”।
ଏହା ପୂର୍ବରୁ ଭାରତରେ କ୍ରିକେଟ ଖେଳିଳିଙ୍କୁ ନେଇଁ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ମାତ୍ର ପ୍ରଥମ ଥର ପାଇଁ ଶ୍ରୀଲଙ୍କାର ଜଣେ କ୍ରିକେଟରଙ୍କ ଉପରେ ଭାରତରେ ବାୟୋପିକ୍ ନିର୍ମାଣ ହେବ।
୧୯୭୨ ମସିହା ଏପ୍ରିଲ ୧୭ରେ ଶ୍ରୀଲଙ୍କାରେ ଜନ୍ମଗ୍ରହଣ କରିଥିବା ମୁଥିୟା ମୂରଲୀଧରଣ ୧୯୯୨ରୁ କ୍ରିକେଟରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୯୨ ରୁ ୨୦୧୧ ପର୍ୟ୍ୟନ୍ତ ଶ୍ରୀଲଙ୍କା ପାଇଁ ଦିର୍ଘ ୨୦ ବର୍ଷ କ୍ରିକେଟ ଖେଳିଥିଲେ। ମୁଥିୟା ଶ୍ରୀଲଙ୍କା ପାଇଁ ୧୩୩ଟି ଟେଷ୍ଟ, ୩୫୦ଟି ଏକଦିବସୀୟ ଏବଂ ୧୨ଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟ କ୍ରିକେଟରେ ୮୦୦ଟି ୱିକେଟ ନେଇ ରେକର୍ଡ ସୃଷ୍ଟି କରିଥଇଲାବେଳେ ଏକଦିବସୀୟ ମ୍ୟାଚରେ ୫୩୪ଟି, ପ୍ରଥମ ଶ୍ରେଣୀ କ୍ରିକେଟରେ ୧ହଜାର ୩୭୪ଟି ଓିବିକେଟ୍ ନେଇଛନ୍ତି। ସେ ତାଙ୍କର ଘାତକ ବୋଲିଂ ଆକ୍ସନ ପାଇଁ ବେଶ୍ ଜଣାଶୁଣା ଥିଲାବଳେ ସେ ତାଙ୍କର ଭଲ ପ୍ରଦର୍ଶନ ବଳରେ ୧୯୯୬ରେ ଶ୍ରୀଲଙ୍କାକୁ ବିଶ୍ବକପ ଜିତାଇଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories