ସୋରିଷରେ ରହିଛି ଯାଦୁକାରୀଶକ୍ତି !
ଦୌନନ୍ଦିନ ରୋଷେଇରେ ପ୍ରାୟ ଅନେକ ଖାଦ୍ୟ ପ୍ରସ୍ତୁତିରେ ସୋରିଷର ବ୍ୟବହାର କରାଯାଏ। ଏହା ବ୍ୟତୀତ ଯାଦୁ ବିଦ୍ୟାରେ ମଧ୍ୟ ସୋରିଷ ବ୍ୟବହାର କରାଯାଏ। ସୋରିଷର ବ୍ୟବହାର ଦ୍ୱାରା ଜୀବନରେ ନକରାତ୍ମକ ପ୍ରଭାବ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ସୋରିଷର କ’ଣ କ’ଣ ଉପକାରିତା ରହିଛି।
– ଖରାପ ନଜରରୁ ରକ୍ଷା ପାଇବା ପାଇଁ ସୋରିଷର ବ୍ୟବହାର କରାଯାଏ। ପ୍ରଥମେ ସାତଟି ସୋରିଷ, ସାତଟି ଲଙ୍କା ଏବଂ ସାତ ବୁନ୍ଦା ଲୁଣ ନେବେ। ଏହି ତିନୋଟି ଜିନିଷକୁ ପିଡୀତଙ୍କ ମୁଣ୍ଡରୁ ଗୋଡ ପ୍ରଯ୍ୟନ୍ତ ସାତ ଥର ବୁଲାଇ ଏକ ଜଳନ୍ତା ନିଆଁରେ ପକାଇ ଦେବେ। ଏହା କରିବା ସମୟରେ ବାମ ହାତରେ କରିବେ ଏବଂ ଏହା କରୁଥିବା ବ୍ୟକ୍ତିକୁ କାର୍ଯ୍ୟରୁ ବିରତ କରିବେ ନାହିଁ।
– ଜୀବନରେ ଅଟକି ଥିବା କାମରେ ସଫଳତା ହାସଲ କରିବାପାଇଁ ପ୍ରତି ଗୁରୁବାର ସୋରିଷ ଦାନ କରନ୍ତୁ। ଏହାଦ୍ୱାରା ଅଟକିଥିବା କାର୍ଯ୍ୟ ସିଦ୍ଧ ହୋଇଥାଏ।
– ମଣିଷ ଜୀବନରେ ଲାଗିରହିଥିବା ଦୁର୍ଭାଗ୍ୟରୁ ରକ୍ଷା ପାଇବା ପାଇଁ ସୋରିଷର ବ୍ୟବହାର କରାଯାଏ। ଏକ ମାଠିଆରେ ପାଣି ଭରି ସେଥିରେ କିଛି ସୋରିଷ ପତ୍ର ପକାଇ ଦିଅନ୍ତୁ। ଏହି ପାଣିକୁ ପ୍ରତିଦିନ ଗାଧୁଆ ସମୟରେ ବ୍ୟବହାର କରନ୍ତୁ। ଏହାଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।
– ପରିବାରରେ ଯଦି କୌଣସି ଲୋକ ଶୀଘ୍ର ରାଗି ଯାଉଛନ୍ତି କିମ୍ବା ଚିଡଚିଡା ପଣ ରହିଛି ତେବେ ସୋରିଷ ବ୍ୟବହାର କରି ଏହାକୁ ଦୂର କରିପାରିବେ। ସୋରିଷ ଏବଂ ଲଙ୍କା ସେହି ବ୍ୟକ୍ତିଙ୍କ ଉପରେ ବୁଲାଇ ଦେଇ ଫୋଫାଡି ଦେବେ। ଏହାଦ୍ୱାରା ଦେଖିବେ କିଛି ସମୟ ପାଇଁ ସେହି ବ୍ୟକ୍ତିଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଦେବ।