www.samajalive.in
Sunday, December 7, 2025
26.1 C
Bhubaneswar

ଶୁଭମ୍ ମ୍ୟୁଜିକ୍‌ର ନୂଆ ବର୍ଷ ପାଇଁ ନୂଆ ମ୍ୟୁଜିକ୍ ଭିଡିଓ ‘ଫେରିଆ’

ଭୁବନେଶ୍ୱର : ନୂଆବର୍ଷ ଉପଲକ୍ଷେ ଦର୍ଶକ-ଶ୍ରୋତାଙ୍କୁ ସୁନ୍ଦର ମ୍ୟୁଜିକ୍ ଭିଡିଓ ‘ଫେରିଆ’ ଭେଟି ଦେବାକୁ ଯାଉଛି ଶୁଭମ୍ ମ୍ୟୁଜିକ୍। ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସ୍‌ରେ ଏହି ମ୍ୟୁଜିକ୍ ଭିଡିଓର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟୁଜିକ୍ ଭିଡିଓରେ ରହିଛି ଲୋକପ୍ରିୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଶ୍ରୁତିମଧୁର କଣ୍ଠସ୍ୱର। ଅନ୍ତରାଙ୍କ ସହିତ କଣ୍ଠଦାନ କରିଛନ୍ତି ନୂଆପିଢ଼ିର ଯୁବ କଣ୍ଠଶିଳ୍ପୀ ପ୍ରଶାନ୍ତ ମହାନ୍ତି। ଗୀତ ଲେଖିବା ସହିତ ସଙ୍ଗୀତରେ ସଜେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ କାଶ୍ୟପ।

 

- Advertisement -

ବମ୍ବେର ବିଖ୍ୟାତ କ୍ୟାମେରାମ୍ୟାନ ବିଶ୍ୱନାଥ ପଟ୍ଟନାୟକ ଏହି ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି। ଭିଡିଓରେ ଅଭିନୟ କରିଛନ୍ତି ସମ୍ଭବ ମାନସିଂହ ଓ କୁକି। ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଉପସ୍ଥିତ ଥିଲେ ବମ୍ବେର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ବଲିଉଡ୍ର ଖ୍ୟାତନାମା ସାଉଣ୍ଡ ଇିଞ୍ଜିନିୟର ସୁବାସ ସାହୁ, ବମ୍ବେ ଓଡ଼ିଆ ମହାସଂଘର ସାଧାରଣ ସମ୍ପାଦକ ଡ. ସୁରେନ୍ଦ୍ର ମହାପାତ୍ର, ଅଭିନେତା ସମ୍ଭବ ମାନସିଂହ, ଶୁଭମ୍ ମ୍ୟୁଜିକ୍ର ପ୍ରଯୋଜକ ପ୍ରଦୀପ ସାହୁ, ଚଳଚ୍ଚିତ୍ର ପ୍ରଯୋଜକ ଇଂ ଆଶୁତୋଷ ମହାପାତ୍ର, ନିର୍ଦ୍ଦେଶକ ବିଶ୍ୱନାଥ ପଟ୍ଟନାୟକ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସୁଶାନ୍ତ ମହନ୍ତି, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଓ ରାମେଶ୍ୱରୀ ରାଓ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories