www.samajalive.in
Monday, December 15, 2025
15.1 C
Bhubaneswar

ଛତୁ ପୁଲାଉ

ଆବଶ୍ୟକ ସାମଗ୍ରୀ
ଛତୁ – ୨୦୦ ଗ୍ରାମ
ବାସୁମତୀ ଚାଉଳ – ୪୦୦ ଗ୍ରାମ
ପନିର – ୨୦୦ ଗ୍ରାମ
କଟା ପିଆଜ – ୨ଟି
ପେଷା ଟମାଟୋ – ୧ଟି
ଗରମ ମସଲା – ୧ଚାମଚ
ଅଦା ରସୁଣ ବଟା – ୪ ଚାମଚ
ଘିଅ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ପୁଦିନା – ଅଳ୍ପ
ଡ଼ାଲଚିନି – ୨ଟି
ଲବଙ୍ଗ – ୨ଟି
ଗୁଜୁରାତି – ୨ଟି
କାଜୁବଟା – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣ
ପ୍ରସ୍ତୁତୀ ପ୍ରଣାଳୀ – ପ୍ରଥମେ ବାସୁମତୀ ଚାଉଳକୁ ଧୋଇ ଅଧ ଘଣ୍ଟା ବତୁରାଇ ଦିଅନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଡ଼ାଲଚିନି, ଲବଙ୍ଗ, ଗୁଜୁରାତି, କଟା ପିଆଜ ପକାଇ ଭାଜନ୍ତୁ। କିଛି ସମୟ ବାଜିବା ପରେ ଅଦା ରସୁଣ ବଟା ପକାଇ କଷନ୍ତୁ। କଷିବା ପରେ ପେଷା ଟମାଟୋ ପକାଇ ପୁଣି ଭଲ ଭାବେ କଷନ୍ତୁ। ମସଲା କଷି ହେବାପରେ ଏଥିରେ ଛତୁ , ପନିର ଏବଂ ଗରମ ମସଲା ପକାଇ କଷନ୍ତୁ। କିଛି ସମୟ କଷିବା ପରେ କାଜୁ ବଟା, ଏକ କପ ପାଣି ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ୨ ମିନିଟ ଗ୍ୟାସରେ ବସାଇ ଘୋଡ଼ାଇ ରଖନ୍ତୁ। ଏବେ ଗ୍ୟାସରେ ଆଉ ଏକ ପାତ୍ର ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହେବା ପରେ ଏଥିରେ ୪କପ ପାଣି ଓ ଅଳ୍ପ ଲୁଣ ପକାନ୍ତୁ। ଏବେ ଏଥିରେ ବତୁରାଇଥିବା ଚାଉଳକୁ ପକାଇ ୧୦ ମିନିଟରେ ଗାଳି ଦିଅନ୍ତୁ। ଗାଳିବା ପରେ ଏହି ଭାତକୁ ପୂର୍ବ ପ୍ରସ୍ତୁତ ମସଲାରେ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଗ୍ୟାସ ଲଗାଇ ଧନିଆ ପତ୍ର, ପୁଦିନା ପତ୍ର ପକାଇ ୧ ମିନିଟ ଏହାକୁ ଗରମ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପୁଲାଉ। ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ।

ଦୁର୍ଲ୍ଲଭ ରାଜଯୋଗ :ଏହି ରାଶିଙ୍କ ଉପରେ ବର୍ଷିବ ଶନି-ଶୁକ୍ରଙ୍କ କୃପା, ହଠାତ୍‌ ହେବେ ଧନୀ, କିଣିବେ ଘର,ଗାଡି..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories