www.samajalive.in
Sunday, December 14, 2025
17.1 C
Bhubaneswar

୩୩ ବର୍ଷ ପରେ ହତ୍ୟା ଅଭିଯୁକ୍ତ ଗିରଫ

ବଲାଙ୍ଗିର: ରାଜନୈତିକ କାରଣରୁ ୧୯୮୫ ମସିହାରେ ଲୋଇସିଂହା ଥାନାର ଲୁହୁରାମୁଣ୍ଡା ଗାଁର ବାଳକୃଷ୍ଣ ବାରିକଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ୧୭ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା। ଶେଷରେ ୮ ଜଣଙ୍କ ନାଁରେ ପୁଲିସ ଚାର୍ଜସିଟ କରିଥିଲା। ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ଜିଲା ଦୌରା ଜଜ୍ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ତଳ କୋର୍ଟ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ମାମଲା ପହଞ୍ଚି ଥିଲା। ସେଠାରେ ବିଚାର ପ୍ରକ୍ରିୟା ଚାଲିଥିଲା। ଉଚ୍ଚ ନ୍ୟାୟାଳୟ ତଳ କୋର୍ଟର ରାୟକୁ କାଏମ ରଖିଥିଲେ।

ଶେଷରେ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ଅଭିଯୁକ୍ତମାନେ। ସେଠାରେ ପ୍ରାୟ ଦେଢ ବର୍ଷ ମାମଲା ବିଚାର ଚାଲିଥିଲା। ନ୍ୟାୟାଳୟ ମଧ୍ୟ ଉଚ୍ଚ ନ୍ୟାୟାଳୟର ରାୟକୁ କାଏମ ରଖିଥିଲେ। ୬ ଜଣ ଅଭିଯୁକ୍ତ ଆଜୀବନ ସଜା କାଟି ଜେଲରୁ ବାହାରିଲେଣି। ତେବେ ୨ଜଣ ଫେରାର ହୋଇଯାଇଥିଲେ। ୪୵୫ ମାସ ତଳେ ଜଣଙ୍କୁ ଗିରଫ କରାଯାଇଥିଲା। ଆଉ ସାଲେଭଟା, ଆଗଲପୁର ଫାଣ୍ଡି ଓ ଲୋଇସିଂହା ପୁଲିସର ମିଳିତ ଉଦ୍ୟମରେ ଫେରାର ଅଭିଯୁକ୍ତ ନୀଳ ସାହୁ(୫୮) ଆତ୍ମଗୋପନ କରି ରହୁଥିଲେ। ତାଙ୍କୁ ଲୋଇସିଂହା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘ ୩୩ ବର୍ଷ ପରେ ବାଳକୃଷ୍ଣ ହତ୍ୟା ମାମଲାରେ ଫେରାର ନୀଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories