www.samajalive.in
Tuesday, December 9, 2025
19.1 C
Bhubaneswar

ନାବାଳିକାକୁ ଦେହବେପାର ପାଇଁ ବାଧ୍ୟ କଲା ମା’, ଭାଇ କଲା ଦୁଷ୍କର୍ମ

ମୁମ୍ବଇ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇର ମାନଖୁର୍ଦ ଅଞ୍ଚଳରେ ମା’ର ମମତାରେ କଳଙ୍କ ଲଗାଇବା ଭଳି ଏକ ଘଟଣା ପଦାକୁ ଆସିଛି। ଏଠାରେ ଏକ ନାବାଳିକାକୁ ତାର ମା’ ଦେହବେପାର ପାଇଁ ବାଧ୍ୟ କରିବା ସହ ଜଣେ ବୁଢାକୁ ବିକି ଦେଇଥିବାର ଅଭିଯୋଗ ହୋଇଛି। ଏପରିକି ନାବାଳିକାକୁ ତାର ଭାଇ ବଳାତ୍କାର କରିଛି। ନାବାଳିକାର ଅଭିଯୋଗ ଆଧାରରେ ପୁଲିସ୍‍ ଅଭିଯୁକ୍ତ ମା’-ପୁଅଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

ପୁଲିସ୍‍ ସୂଚନା ଅନୁସାରେ ୧୬ ବର୍ଷର ନାବାଳିକାକୁ ତାର ମା’ ଗତ ବର୍ଷ ଜଣେ ଯୁବକ ସହ ବିବାହ କରାଇଦେଇଥିଲା। ମାତ୍ର ତାର ସ୍ୱାମୀ ବଳପୂର୍ବକ ସମ୍ପର୍କ ରଖୁଥିଲା ଓ ବିଭିନ୍ନ ସମୟରେ ତାକୁ ମାଡ଼ ମାରୁଥିଲା। ଯନ୍ତ୍ରଣା ଅହସ୍ୟ ହେବାରୁ ପୀଡ଼ିତା କିଛି ମାସ ତଳେ ନିଜ ମା’ ପାଖକୁ ମୁମ୍ବଇର ମାନଖୁର୍ଦ ଅଞ୍ଚଳକୁ ପଳାଇ ଆସିଥିଲା। ହେଲେ ମା’ ପାଖରେ ତାକୁ ଅଧିକ ଯନ୍ତ୍ରଣା ସହ୍ୟ କରିବାକୁ ପଡିଥିଲା। କେତେ ମାସ ପରେ ନାବାଳିକାକୁ ତାର ମା’ ଜଣେ ଦଲାଲ ପାଖକୁ ନେଇଯାଇଥିଲା। ସେଠାରେ ତାକୁ ଦେହ ବେପାର କରିବାକୁ ବାଧ୍ୟ କରାଯାଇଥିଲା। ବିରୋଧ କରିବାରୁ ତାର ଭାଇ ତାକୁ ବଳାତ୍କାର କରିଥିଲା। ଏହାପରେ ମା’ ତାକୁ ଜଣେ ୬୦ ବର୍ଷର ବୃଦ୍ଧକୁ ବିକି ଦେଇଥିଲା। ନାବାଳିକା ଶନିବାର ଦିନ ସେଠାରୁ କୌଣସି ପ୍ରକାରେ ଖସି ମାନଖୁର୍ଦ ଥାନରେ ପହଞ୍ଚିଥିଲା। ପୁଲିସ ନାବାଳିକାର ଅଭିଯୋଗ ଶୁଣିବା ପରେ ମାମଲା ରୁଜୁ କରିଛି। ପୀଡ଼ିତାର ଅଭିଯୋଗ ଆଧାରରେ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ୍‍ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories