ତିନୋଟି ଆଙ୍ଗୁଳି ଥିବା ମମି ଅନ୍ୟଗ୍ରହର  ଜୀବ ନୁହେଁ , ଅନ୍ୟ ଏକ ମାନବ ପ୍ରଜାତି, ଗବେଷଣା

0

ଲଣ୍ଡନ: ପେରରୁ ମିଳିଥିବା  ମମିମାନଙ୍କରେ ତିନୋଟି ଆଙ୍ଗୁଳିଥିବା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ , ଏଥିରେ ଥିବା ଜୀବଶ୍ମ ମଣିଷପରି ଦେଖିବାକୁ ହୋଇଥିବା ବେଳେ ଖପୁରୀ ଓ ଅଙ୍ଗୁଳିର ଗଠନ ସାମାନ୍ୟ ଭିନ୍ନ ଥିଲା । ଅଙ୍ଗୁଳି ଗୁଡିକ ଅସ୍ୱାଭବିକ ଭାବେ ବଡ ଥିଲା ।  କାବର୍ନ ଡେଟିଂ ପରେ  ମମିଟି ୧୮ଶହ ବର୍ଷ ପୁରୁଣା ବୋଲି ଜଣା ପଡିଥିଲା ।

ଏହି ତିନୋଟି ଅଙ୍ଗୁଳି ଥିବା ମମିଟି ଏକ ବାହାର ଗ୍ରହର ବୋଲି ଆଗରୁ ଅନେକ ମତ ପ୍ରକାଶ କରିଥିଲେ ।  କିଛିମାସ ତଳେ ପେରୁର ନାକାରାଗୁଆରୁ ଏପିର ଅନେକ ମମି ମିଳିଥିଲା ।  ବ୍ରିଟିଶ୍‌ ଗବେଷକମାନେ ଏହା ମଣିଷର ଅନ୍ୟ ଏକ ପ୍ରଜାତି ବୋଲି ମତ ପ୍ରକାଶ କରିଛନ୍ତି । ଏହି ମମିର ନାମକରଣ ମାରିଆ କରାଯାଇଛି । ଷ୍ଟିଭ୍‌ନାମକ ବ୍ରିଟିଶ୍‌ ଗବେଷକ ଏହା ମଣିଷର ଜୀବାଶ୍ମ ବୋଲି କହିଛନ୍ତି ।

Leave A Reply