www.samajalive.in
Monday, December 15, 2025
14.1 C
Bhubaneswar

ବିଜେପି ଛାଡିଲେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଆସନ୍ତା କାଲି ବିଜେଡିରେ ଯୋଗଦେବେ

ମାଲକାନଗିରି : ମାଲକାନଗିରି ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମୁକୁନ୍ଦ ସୋଡିଙ୍କ ଘର ବାହୁଡା ହୋଇଛିା ଗୁରୁବାର ସେ ବିଜେପି ପଦରୁ ଇସ୍ତଫା ଦେଇଥିବା ବେଳେ ଆସନ୍ତା କାଲି ଆନୁଷ୍ଠାନିକ ଭାବେ ନବୀନ ନିବାସରେ ବିଜେଡିରେ ଯୋଗ ଦେବେ ବୋଲି ସୂଚନା ମିଳିଛିା ଗୁରୁବାର ସୋଡି ରାଜ୍ୟ ବିଜେପି ସଭାପତିଙ୍କୁ ତାଙ୍କ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଥିବା ଓ ଦଳର ସମସ୍ତ ସଦସ୍ୟ ପଦ ଏବଂ ଅନ୍ୟାନ୍ୟ ପଦ ଗୁଡିକୁ ମଧ୍ୟ ଇସ୍ତଫା ଦେଉଥିବା ନେଇ ଏକ ପତ୍ରରେ ଜଣାଇଛନ୍ତିା ୨୦୦୯ ମସିହାରେ ବିଜେଡିରେ ଟିକଟ ପାଇ ମାଲକାନଗିରି ବିଧାନସଭା ବିଧାୟକ ଭାବେ ନିର୍ବାଚିତ ହୋଇଥିଲ। ପରେ ୨୦୧୪ରେ ତାଙ୍କ ବଦଳରେ ମାନସ ମାଡକାମିଙ୍କୁ ଦଳ ଟିକଟ ଦେଇଥିଲ। ଏଣୁ ସେ ୨୦୧୬ ମସିହାରେ ବିଜେପିରେ ଯୋଗ ଦେଇଥିଲୋ ତେବେ ପୁନର୍ବାର ତାଙ୍କ ଘର ବାହୁଡା ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଅନ୍ୟ ପକ୍ଷରେ ଏଥିନେଇ ମାଲକାନଗିରି ବିଜେପି ସଭାପତି ଅଶୋକ ପରିଡାଙ୍କୁ ପଚାରିବାରୁ ଶ୍ରୀ ସୋଡିଙ୍କ ଦଳ ତ୍ୟାଗ କରିବାରେ କୌଣସି ପ୍ରଭାବ ପଡିବ ନାହିଁ ଏବଂ ନରେନ୍ଦ୍ର ମୋଦୀଙ୍କୁ ଲୋକେ ଏବେବି ସମର୍ଥନ କରୁଛନ୍ତି। ଆସନ୍ତା ସାଧାରଣ ନିର୍ବାଚନରେ ଦୁଇଟି ନିର୍ବାଚନ ମଣ୍ଡଳୀକୁ ବିଜେପିକୁ ସମର୍ଥନ କରି ଲୋକେ ଜିତାଇବେ ବୋଲି ସେ କହିଛନ୍ତିା ତେବେ ମୁକୁନ୍ଦ ସୋଡି ବହୁ ପୂର୍ବରୁ ବିଜେଡିରେ ମିଶିବା ନେଇ କଳ୍ପନା ଜଳ୍ପନାର ଅବସାନ ଘଟିଛି। ତେବେ ଆଗାମୀ ଦିନରେ ଦଳ ପକ୍ଷରୁ ତାଙ୍କୁ କେଉଁ ପଦବୀ ଦିଆ ଯିବ ନା ପୁନର୍ବାର ବିଧାନସଭା ପ୍ରାର୍ଥୀ କରିଯିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛିା ତେବେ ମୁକୁନ୍ଦ ସୋଡିଙ୍କ ବିଜେଡିରେ ମିଶିବା ନେଇ ଖବର ପ୍ରସାର ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ବଢିଥିବା ବେଳେ ଆସନ୍ତା କାଲି ମୁକୁନ୍ଦଙ୍କ ଯୋଗଦାନ ପର୍ବରେ ଜିଲ୍ଲାର ବହୁ ନେତା ଭୁବନେଶ୍ୱର ଯାଇଥିବା ଜଣାପଡିଛିା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories