www.samajalive.in
Monday, December 15, 2025
26.1 C
Bhubaneswar

ପାକିସ୍ତାନର ମିଛ ଧରାଇଲା ଭାରତ; ଆତଙ୍କବାଦୀଙ୍କୁ ପ୍ରଶୟ ଦେଲେ ପୁନଃ କାର୍ଯ୍ୟାନୁଷ୍ଠାନ ଚେତାବନୀ

ନୂଆଦିଲ୍ଲୀ : ଭାରତର ତିନି ସେନା ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇ ପାକିସ୍ତାନ ମିଛର ପର୍ଦାଫାସ କରାଯାଇଛି। ଏହାସହ ଆତଙ୍କବାଦକୁ ପ୍ରଶୟ ଦେଲେ ପୁନଃ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପାକିସ୍ତାନକୁ କଡ଼ା ଚେତାବନୀ ଦିଆଯାଇଛି। ଏହି ଅବସରରେ ସେନା ପକ୍ଷରୁ ପାକିସ୍ତାନ ବାୟୁସେନା ଆକ୍ରମଣ ପାଇଁ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବାର ପ୍ରମାଣ ଦିଆଯାଇଥିଲା। ଏହାପୂର୍ବରୁ ପାକିସ୍ତାନ କହିଥିଲା ଯେ ଭାରତରେ ଆକ୍ରମଣ ଉଦ୍ୟମ ପାଇଁ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିନଥିଲା। ପାକିସ୍ତାନର ଏହି ମିଥ୍ୟାକୁ ପର୍ଦାଫାସ କରି ବାୟୁସେନା ଏୟାର ଭାଇସ ମାର୍ଶାଲ କପୁର ଏଫ-୧୬ ଦ୍ୱାରା ଭାରତରେ ମାଡ଼ କରାଯାଇଥିବା କ୍ଷେପଣାସ୍ତ୍ରର ଅଂଶ ଦେଖାଇଥିଲେ। ସେ କହିଥିଲେ ଯେ ଏମରାମ କ୍ଷେପଣାସ୍ତ୍ର ନେଇ ଉଡ଼ିପାରିବା ଭଳି ପାକିସ୍ତାନ ନିକଟରେ କେବଳ ଏଫ-୧୬ ଯୁଦ୍ଧ ବିମାନ ରହିଛି। ଇଲେକ୍ଟ୍ରୋନିକ ସ୍ନିଗେଚର ମାଧ୍ୟରେ ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ସ୍ପଷ୍ଟ ହୋଇଛି। ସେହିପରି ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଯୁଦ୍ଧ ବିମାନ ଭଗ୍ନାଂବଶେଷ ମିଗ୍‍-୨୧ର ନୁହେଁ ବରଂ ଏଫ-୧୬ର। ତେଣୁ ଏଫ-୧୬ ବ୍ୟବହାର କରିନଥିବା ନେଇ ପାକିସ୍ତାନର ମିଛ ଧରାପଡ଼ିଛି।
ସେନା ପକ୍ଷରୁ କୁହାଯାଇଥିଲା ଯେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଫେବୃାରୀ ୨୬ରୁ ସୀମାରେ ୩୫ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ସ୍ଥଳ ସେନା ପକ୍ଷରୁ ମେଜର ଜେନରାଲ ସୁରେନ୍ଦ୍ର ସିଂହ ମହଲ କହିଥିଲେ ଯେ ଫେବୃଆରୀ ୨୭ରେ ପାକିସ୍ତାନ ବାୟୁ ସେନା ଭାରତୀୟ ସେନାର ବ୍ରିଗେଡ଼ ମୁଖ୍ୟାଳୟ, ବାଟାଲିୟନ ମୁଖ୍ୟାଳୟ ଏବଂ ଅନ୍ୟ ଠିକଣାକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଭାରତୀୟ ନୌ ସେନାର ରିୟର ଆଡମିରାଲ ଡିଏସ୍‍ ଗୁଜରାଲ କହିଥିଲେ ଯେ ନୌ ସେନା ସବୁସ୍ତରରେ ପ୍ରସ୍ତୁତ ଅଛି। ପାକିସ୍ତାନ ସମୁଦ୍ରରେ କୌଣସି ପ୍ରକାର ଗତିବିଧି କଲେ ତାର କଡ଼ା ଜବାବ ଦିଆଯିବ। ସ୍ଥଳ, ଜଳ ଏବଂ ବାୟୁ ସେନା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଓ ଏକାଠି ଅଛନ୍ତି।
ଏହାସହ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଭାରତର ଲଢେଇ କେବଳ ଆତଙ୍କବାଦୀ ବିରୋଧରେ। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରଶୟ ଦେଲେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ବାଲାକୋଟ କାର୍ଯ୍ୟାନୁଷ୍ଠାନ ଉପରେ ମେଜର ଜେନରାଲ ମହଲ କହିଛନ୍ତି ଯେ ଆମ ପାଖରେ ସମସ୍ତ ପ୍ରମାଣ ଅଛି। ଭାରତର ନେତୃବୃନ୍ଦ ଚାହିଁଲେ ଏହାକୁ ସାର୍ବଜନୀନ କରାଯିବ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories