www.samajalive.in
Tuesday, December 9, 2025
26.1 C
Bhubaneswar

ବିଶ୍ଵର ୮ମ ଧନୀ ହେଲେ ମୁକେଶ ଅମ୍ବାନୀ, ପ୍ରଥମ ସ୍ଥାନରେ ରହିଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ଵ ବ୍ୟାପୀ ଅର୍ଥନୀତିକୁ ପ୍ରଭାବିତ କରିଛି। କିନ୍ତୁ ଦୁନିଆର ଅନେକ ଧନୀ ବ୍ୟକ୍ତି ଏହି ସମୟରେ ବେଶ୍‌ ଲାଭବାନ ହୋଇଛନ୍ତି। ହୁରୁନ ଗ୍ଲୋବାଲ ଧନୀ ତାଲିକା-୨୦୨୧ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଭାରତର ସବୁଠୁ ଧନୀ ଏବଂ ବିଶ୍ଵର ୮ମ ଧନୀ ବ୍ୟକ୍ତି ମାନ୍ୟତା ପାଇଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୪ ପ୍ରତିଶତ ବୃଦ୍ଧି ପାଇଛି। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୮୩ ଅରବ ଡଲାର (୮୩୦୦ କୋଟି ଡଲାର) ରହିଛି।

ଭାରତର ସବୁଠୁ ଧନୀ ବ୍ୟକ୍ତି:

- Advertisement -

ହୁରୁନ ଗ୍ଲୋବାଲ ଧନୀ ତାଲିକାରେ ଭାରତୀୟ ଧନୀଙ୍କ ମଧ୍ୟରେ ୨ୟ ସ୍ଥାନରେ ରହିଛନ୍ତି ଗୌତମ ଆଦାନୀ ଆଣ୍ଡ ଫ୍ୟାମିଲି। ସେ ୩୨୦୦ କୋଟି ଡଲାର ସମ୍ପତ୍ତିର ମାଲିକ। ବିଶ୍ଵର ସବୁଠୁ ଧନୀଙ୍କ ତାଲିକାରେ ଗୌତମ ଆଦାନୀ ୪୮ତମ ସ୍ଥାନରେ ରହିଛନ୍ତି।

ସେହିପରି ଶବ ନାଦାର ଆଣ୍ଡ ଫ୍ୟାମିଲି ୨୭୦୦ କୋଟି ଡଲାର ସମ୍ପତ୍ତି ସହିତ ଭାରତର ୩ୟ ଧନୀ ଭାବେ ମାନ୍ୟତା ପାଇଥିବାବେଳେ ବିଶ୍ଵରେ ସେ ୫୮ତମ ସ୍ଥାନରେ ରହିଛନ୍ତି। ଆର୍ସେଲର ମିଟ୍ଟଲ ଗ୍ରୁପର ଲକ୍ଷ୍ମୀ ମିଟ୍ଟଲ ବିଶ୍ଵ ସ୍ତରରେ ୧୦୪ତମ ସ୍ଥାନରେ ଥିବାବେଳେ ଭାରତର ୪ର୍ଥ ଧନୀ ବ୍ୟକ୍ତି ମାନ୍ୟତା ପାଇଛନ୍ତି। ସିରମ ଇନ୍‌ଷ୍ଟିଚ୍ୟୁଟ୍‌ର ସାଇରସ୍‌ ପୁନାୱାଲା ଭାରତର ୫ମ ଧନୀ ବ୍ୟକ୍ତି ରହିଥିବାବେଳେ ତାଙ୍କ ସମ୍ପତ୍ତି ପରିମାଣ ୧୮୫୦ କୋଟି ଡଲାରରେ ପହଞ୍ଚିଛି।

ବିଶ୍ଵର ସବୁଠୁ ଧନୀ ବ୍ୟକ୍ତି:

ଅନ୍ୟପଟେ ବିଶ୍ଵର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଟେଲ୍‌ସା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ ମସ୍କ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୩୨୮ ପ୍ରତିଶତ ବୃଦ୍ଧି ପାଇ ୧୯ ହଜାର ୭୦୦ କୋଟି ଡଲାର ରହିଛି। ତାଲିକାର ୨ୟ ସ୍ଥାନରେ ଆମାଜନ ମାଲିକ ଜେଫ ବେଜୋସ ରହିଛନ୍ତି। ଆମାଜନର ମୋଟ ସମ୍ପତ୍ତିରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ବେଜୋସଙ୍କ ମୋଟ ସମ୍ପତ୍ତି ୧୮ ହଜାର ୯୦୦ କୋଟି ଡଲାର ରହିଛି।

ସେହିପରି ଏଲଏମବିଏଚର ବର୍ନାର୍ଡ ଅର୍ନୋଲ୍ଟ ୩ୟ ସ୍ଥାରେ ଥିବାବେଳେ ତାଙ୍କ ସମ୍ପତ୍ତି ପରିମାଣ ୭ପ୍ରତିଶତ ବୃଦ୍ଧି ପାଇଛି। ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ସମ୍ପତ୍ତି ୪ ପ୍ରତିଶତ ବୃଦ୍ଧି ପାଇ ୧୧ ହଜାର କୋଟି ଡଲାରରେ ପହଞ୍ଚିଥିବାବେଳେ ସେ ବିଶ୍ଵରେ ୪ର୍ଥ ସ୍ଥାନରେ ଅଛନ୍ତି। ୧୦ ହଜାର ୧୦୦ କୋଟି ଡଲାର ସମ୍ପତ୍ତି ସହିତ ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ ବିଶ୍ଵର ୫ମ ଧନୀ ମାନ୍ୟତା ପାଇଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories