www.samajalive.in
Monday, December 8, 2025
16.1 C
Bhubaneswar

ଗିରଫ ହେଲେ ତିନି ନକଲି କିନ୍ନର – କରିଥିଲେ ଏହି ପରି କାମ

ମୁମ୍ବଇ – ମୁମ୍ବଇରେ ତିନିଜଣ ନକଲି କିନ୍ନରଙ୍କୁ ପୁଲିସ ଗିରଫ କରିଛି । ଏହି ନକଲି କିନ୍ନର ବିଭିନ୍ନ ଚୋରି ସହ ଲୋକଙ୍କ ଠାରୁ ଜବରଦସ୍ତ ଟଙ୍କା ଆଦାୟ କରିବା କାମରେ ଲିପ୍ତ ଥିଲେ । କିଛି ଦିନ ତଲେ ଜଣେ ମହିଳାଙ୍କ ଘଲେ ଗୋଟିଏ ପିଲା ଜନ୍ମ ହୋଇଥିଲା । ଏହାପରେ କିନ୍ନରମାନେ ସେହି ମହିଳାଙ୍କ ଘରେ ପହଞ୍ଚିଥିଲେ । ପିଲାଟିର କିଛିଟା ସ୍ୱାସ୍ଥ୍ୟଗତ ସମସ୍ୟା ଥିବା କଥା କହି ମହିଳାଙ୍କୁ ଡରାଇଥିଲେ। ଏହି କିନ୍ନରମାନେ ହଳଦୀରେ ସୁନାକୁ ବାନ୍ଧିକରି ରଖି ଏକ ପୂଜା କରିବେ ବୋଲି କହିଥିଲେ ।

ଗୋଟିଏ ପୁଡିଆରେ ହଳଦୀ ରଖି ତା ଭିତରେ ସୁନା ରଖି ଏମାନେ ପୂଜା କରିଥିଲେ । ପରେ ସେମାନେ ସୁନା ସହ ଚମ୍ପଟ ମାରିଥିଲେ । ମହିଳା ଜଣଙ୍କ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି କିନ୍ନରମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଜବତ ହୋଇଛି ।

- Advertisement -

ଗିରଫ ହୋଇଥିବା ନକଲି କିନ୍ନରଙ୍କ ନାମ ଭାନୁଦାସ ସାଓ୍ୱନ୍ତ, ମହେନ୍ଦ୍ର ନାଗନାଥ ଓ ପ୍ରକାଶ ସିନ୍ଧେ ବୋଲି ଜଣା ପଡିଛି । ମୁମ୍ବାଇଠାରୁ ୫୦୦ କିଲୋମିଟର ଦୂରରୁ ସେମାନଙ୍କୁ ଗିରଫ କରାଯାଇଛି । ବିଭିନ୍ନ ନର୍ସିଂ ହୋମ ଏବଂ ମାର୍ଟିନିଟି ହୋମରେ ଏମାନେ ସେଠାରେ କାମ କରୁଥିବା କିଛି ଲୋକଙ୍କୁ ହାତ କରି  ଶିଶୁ ଜନ୍ମ ହେବା ଖବର ସଂଗ୍ରହ କରିଥାଆନ୍ତି । ଏହାପରେ ସେଠାରେ ପହଞ୍ଚି ଜବରଦସ୍ତ ବିଭିନ୍ନ କଥା କହି ଟଙ୍କା ଆଦାୟ କରିବା ସହ ଚୋରି ପରି କାମ କରିଥାଆନ୍ତି ବୋଲି ପୁଲିସ ସୂଚନା ଦେଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories