www.samajalive.in
Sunday, December 14, 2025
16.1 C
Bhubaneswar

ଧୋନିଙ୍କ ପାଇଁ ବିଦାୟକାଳୀନ ମ୍ୟାଚ ଆୟୋଜନ କରିବ ବିସିସିଆଇ!

ନୂଆଦିଲ୍ଲୀ: ଆକସ୍ମିକ ଭାବେ ଅନ୍ତଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ସ୍ବତନ୍ତ୍ର ବିଦାୟକାଳୀନ ମ୍ୟାଚ ଆୟୋଜନ କରିବ ଦି ବୋର୍ଡ ଅଫ କ୍ରିକେଟ କ​‌​‌ଣ୍ଟ୍ରୋଲ ଇନ୍‌ ଇଣ୍ଡିଆ (ବିସିସିଆଇ)। ସମ୍ଭବତଃ ଆଇପିଏଲ ପରେ ଉକ୍ତ ମ୍ୟାଚ ଆୟୋଜିତ ହୋଇପାରେ ବୋଲି ବିିସିସିଆଇ ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି। ଆଇଏଏଏନ୍‌କୁ ବିସିସିଆଇର ଜଣେ ଅଧିକାରୀ ଦେଇଥିବା ସୂଚନା ଅନୁସାରେ ବର୍ତ୍ତମାନ କୌଣସି ଅନ୍ତର୍ଜାତୀୟ ସିରିଜ୍‌ ନାହିଁ। ତେଣୁ ଆଇପିଏଲ ପରେ ଧୋନିଙ୍କ ବିଦାୟକାଳୀନ ମ୍ୟାଚ ସମ୍ପର୍କରେ ଆଲୋଚନା କରାଯାଇ ମ୍ୟାଚ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଧୋନି ଜଣେ ସ୍ବତନ୍ତ୍ର ଖେଳାଳି। ସେ ଦେଶ ପାଇଁ ବହୁକ କିଛି କରିଛନ୍ତି। ସେ ଏ ସମ୍ମାନର ହକ୍‌ଦାର। ଅଚାନକ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ​‌େ​‌ସ ଜଣେ ଭିନ୍ନ ଧରଣର ବ୍ୟକ୍ତି। ଏ ନେଇ ଧୋନିଙ୍କ ସହିତ ଆଲୋଚନା କରାଯିବ ଓ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କ୍ରିକେଟ ପାଇଁ ଧୋନିଙ୍କ ବହୁମୂଲ୍ୟ ଅବଦାନ ରହିଛି। କ୍ରିକେଟ ପାଇଁ ତାଙ୍କ ଅବଦାନ କେବେ ବି ଭୂଲି ହେବ ନାହିଁ। ବିସିସିଆଇ ମଧ୍ୟ ତାଙ୍କୁ ସମ୍ମାନର ସହ ବିଦାୟ ଦେବା ନେଇ ଯୋଜନା କରୁଛି ବୋଲି ବିସିସିଆଇ ଅଧିକାରୀ ଜଣକ କହିଛନ୍ତି।
ଧୋନିଙ୍କ ନେତୃତ୍ବରେ ଭାରତ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ, ୨୦୧୧ ଆଇସିସି ଏକଦିବସୀୟ ବିଶ୍ବକପ ଓ ୨୦୧୩ ଆଇସିସି ଚମ୍ପିଆନ୍ସ ଟ୍ରଫି ଜିତିବାରେ ସକ୍ଷମ ହୋଇଛି । ଧୋନି ଭଳି ଜଣେ କିମ୍ବଦନ୍ତୀ ଖେଳାଳିଙ୍କ ଲାଗି ସ୍ବତନ୍ତ୍ର ବିଦାୟକାଳୀନ ମ୍ୟାଚ ନେଇ ଯୋଜନା କରାଯାଉଛି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ବିସିସିଆଇ ଧୋନିଙ୍କ ପାଇଁ ବିଦାୟକାଳୀନ ମ୍ୟାଚ ଆୟୋଜନ ନେଇ ନିଷ୍ପତ୍ତି ପରେ ପୂର୍ବତନ କ୍ରିକେଟର ମଦନ ଲାଲ୍‌ ଖୁସି ବ୍ୟକ୍ତ କରିଛନ୍ତି। ମଦନଲାଲ୍‌ କହିଛନ୍ତି ଯେ, ଧୋନି ଜଣେ କିମ୍ବଦନ୍ତୀ। ତାଙ୍କୁ ସମ୍ମାନର ସହିତ ବିଦାୟ ଦିଆଯିବା​‌ ଆବଶ୍ୟକ। ଧୋନିଙ୍କ ନେତୃ୍ତ୍ବରେ ଭାରତ ଆଇସିସିର ୩ଟି ଯାକ ଟ୍ରଫି ଜିତିବାରେ ସକ୍ଷମ ହୋଇଛି। ଆଇପିଏଲ ପରେ ଭାରତରେ କୌଣସି ସିରିଜ୍‌ ନାହିଁ। ଧୋନିଙ୍କ ଲାଗି ସ୍ବତନ୍ତ୍ର ମ୍ୟାଚ ଆୟୋଜନ ଓ ଷ୍ଟାଡ଼ିୟମକୁ କିଭଳି ଦର୍ଶକ ପ୍ରବେଶ କରିବେ ସେ ନେଇ ଚିନ୍ତା କରାଯିବା ଆବଶ୍ୟକ ବୋଲି ପୂର୍ବତନ କ୍ରିକେଟର ମଦନଲାଲ୍‌ କହିଛନ୍ତି। ପୂର୍ବରୁ ଧୋନିଙ୍କ ଲାଗି ବିଦାୟକାଳୀନ ମ୍ୟାଚ ଆୟୋଜନ ନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ବିିସିସିଆଇକୁ ପତ୍ର ଲେଖିଥିଲେ। ସୂଚନାଯୋଗ୍ୟ ଧୋନି ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଧୋନିଙ୍କ ଆକସ୍ମିକ ଘୋଷଣାକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଭାରତର ସଫଳତମ ଅଧିନାୟକ ଭାବେ ଆଇସିସିର ୩ଟି ଟ୍ରଫି ଜିତାଇବା ସହିତ ଆଇପିଏଲ ଦଳ ଚେନ୍ନଇ ସୁପରକିଙ୍ଗସ୍‌ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories