www.samajalive.in
Sunday, December 14, 2025
14.1 C
Bhubaneswar

ଅନ୍ନ ଚିନ୍ତା: ବାହାର ରାଜ୍ୟକୁ ଗୋଡ଼ କାଢ଼ିଲେ ପ୍ରବାସୀ ଓଡ଼ିଆ

ଆସିକା: କରୋନା ପ୍ରଭାବିତ ଗଞ୍ଜାମ ଜିଲାକୁ ଫେରିଥିବା ପ୍ରବାସୀ ଓଡ଼ିଆ ଏବେ କର୍ମ ଅନ୍ବେଷଣରେ ପୁଣି ଫେରିଥିବା ସ୍ଥାନକୁ ବାହୁଡିବା ଆରମ୍ଭ କରିଛନ୍ତି। ଜିଲାର ବିଭିନ୍ନ ସ୍ଥାନରୁ ଦଲାଲଙ୍କ ଦ୍ବାରା ବ୍ୟବସ୍ଥିତ ବିଭିନ୍ନ ବସରେ ପ୍ରବାସୀମାନେ ବାହାର ରାଜ୍ୟକୁ ଫେରୁଛନ୍ତି। ଚଳଣିରେ ଅସୁବିଧା ଏବଂ ଜନ୍ମମାଟିରେ କର୍ମସଂସ୍ଥାନ ଅଭାବରୁ ପ୍ରବାସୀମାନେ ବାଧ୍ୟହୋଇ କର୍ମସ୍ଥଳକୁ ଫେରିବାରେ ଲାଗିଛନ୍ତି। ପ୍ରତିଦିନ ଜିଲାର ବିଭିନ୍ନ ଅଞ୍ଚଳରୁ ଏଭଳି ଶହଶହ ପ୍ରବାସୀ ବାହାର ରାଜ୍ୟକୁ ବସରେ ଯାଉଛନ୍ତି। ସୁରତ, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ବାଙ୍ଗାଲୁରକୁ ବସ ଯୋଗେ ବାହୁଡିଛନ୍ତି। ଆଜି ଆସିକା ବସଷ୍ଟାଣ୍ଡରେ ଦିନତମାମ ପ୍ରାୟ ୧୬ଟି ଗାଡି ଯୋଗେ ପ୍ରାୟ ଏକହଜାର ପ୍ରବାସୀ ବାହାର ରାଜ୍ୟକୁ ଯାଇଛନ୍ତି। ଆସିକା ବ୍ଲକରେ ପ୍ରାୟ ୨୨ ହଜାର ଓଡିଆ ପ୍ରବାସୀ ରହିଥିବା ବେଳେ ପ୍ରାୟ ୧୪ ହଜାର ପ୍ରବାସୀ କରୋନା କାଳରେ ଜନ୍ମସ୍ଥାନକୁ ଫେରିଥିଲେ। ବର୍ତ୍ତମାନ ବାହାର ରାଜ୍ୟରେ କରୋନା ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ରହିଥିଲେ ହେଁ ପେଟ ବିକଳରେ ରହିଥିବା ପ୍ରବାସୀ ସଥେିକୁ ଭୃକ୍ଷେପ ନକରି ବାହାର ରାଜ୍ୟକୁ ଯିବାକୁ ଅଣ୍ଟା ଭିଡିଛନ୍ତି। କିଛି କୁଶଳି ଶ୍ରମିକ ସୁରତ ଫେରି ସେଠାକାର ସୂତାକଳରେ ଦିନ ବେଳା ସିଫ୍ଟରେ କାମ କରୁଥିବା ସୂଚନା ମିଳିବା ପରେ ଏଠାରେ ରହିଥିବା ଅନ୍ୟମାନେ ମଧ୍ୟ କାମ ଲୋଭରେ ସେଠାକୁ ଯିବାକୁ ମନ ବଳାଇ ନିଜନିଜସ୍ତରରେ ଉଦ୍ୟମ ଚଳାଇଛନ୍‌ଥଇ। ଆଜି ବୁଗୁଡା, ସାନଖେମୁଣ୍ଡି, ପୋଲସରା, ପାଟପୁର, ଦିଗପହଣ୍ଡି ଓ ଆସିକା ବ୍ଲକର କେତେକ ପ୍ରବାସୀ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶକୁୁ ବସରେ ଯାଇଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories