www.samajalive.in
Monday, December 15, 2025
16.1 C
Bhubaneswar

ପାକିସ୍ତାନ ଧରିଥିବା ଭାରତୀୟଙ୍କୁ ନିଜ ଭାଇ ଦର୍ଶାଇଲେ ମଧ୍ୟପ୍ରଦେଶ ବ୍ୟକ୍ତି

ଖଣ୍ଡୱା: ପାକିସ୍ତାନ ଗୁପ୍ତଚର ସନ୍ଦେହରେ ଗିରଫ କରିଥିବା ଭାରତୀୟ ନାଗରିକ ରାଜୁ ଲକ୍ଷ୍ମଣଙ୍କୁ ନିଜର ଭାଇ ବୋଲି ଦାବି କରିଛନ୍ତି ମଧ୍ୟପ୍ରଦେଶର ଖଣ୍ଡୱା ଜିଲା ଅନ୍ତର୍ଗତ ଇଣ୍ଡାୱାଡ଼ି ଗ୍ରାମର ଦିଲୀପ ପିଣ୍ଡାରେ। ରାଜୁ ତାଙ୍କର ନିଜ ବଡ଼ ଭାଇ ଓ ତାଙ୍କର ମାନସିକ ବିକୃତି ରହିଛି। ପ୍ରାୟ ଦୁଇ ମାସ ଧରି ସେ ନିଖୋଜ ଅଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଫଟୋ ଦେଇ ସେ ରାଜୁଙ୍କୁ ଚିହ୍ନଟ କରିଥିବା ଦାବି କରିଛନ୍ତି ଦିଲୀପ। ରାଜୁଙ୍କ ଫେରିବା ବାଟକୁ ପରିବାର ଲୋକ ଚାହିଁ ବସିଥିବା ସେ କହିଛନ୍ତି। ଦିଲୀପଙ୍କ କହିବାନୁସାରେ ଦୁଇ ଜଣ ବ୍ୟକ୍ତି ତାଙ୍କ ଘରକୁ ଆସି ରାଜୁଙ୍କ ଫଟୋ ମୋବାଇଲ ଫୋନ୍‌ରେ ଦେଖାଇଥିଲେ ଏବଂ ​‌େ​‌ସ ତାଙ୍କୁ ଚିହ୍ନଟ କରିଥିଲେ। ରାଜୁ ଗତ ୧୫ବର୍ଷ ଧରି ମାନସିକ ରୋଗଗ୍ରସ୍ତ। ସେ ମଝିରେ ମଝିରେ ଏମିତି କୁଆଡେ ଚାଲିଯାଆନ୍ତି, ମାସେ ଦୁଇ ମାସ ପର୍ଯ୍ୟନ୍ତ ଫେରନ୍ତି ନାହିଁ। ତାଙ୍କ ବାପା ଜଣେ କଷି ଶ୍ରମିକ। ସେମାନଙ୍କ ନିକଟରେ ଚିକିତ୍ସା ପାଇଁ ସାଧନ ନ ଥିବାରୁ ପଞ୍ଚମ ଶ୍ରେଣୀରୁ ପାଠ ଛାଡ଼ଧିଥିବା ରାଜୁ ଏଣେତେଣେ ବୁଲନ୍ତି; କିନ୍ତୁ କେମିତି ପାକିସ୍ତାନରେ ପହଞ୍ଚିଲେ ତାହା ଜଣା ନାହିଁ। ଏଥିନେଇ ସମସ୍ତେ ଆଶ୍ଚର୍ଯ୍ୟ ବୋଲି ଦିଲୀପ କହିଛନ୍ତି। ଖଣ୍ଡୱା ପୁଲିସ ନିକଟରେ ଏନେଇ କୌଣସି ଖବର ନ ଥିବା ଜଣାପଡ଼ିଛି। ଗତ ସପ୍ତାହରେ ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ଡେରା ଗାଜି ଖାଁ ଅଞ୍ଚଳରେ ୩୦ବର୍ଷୀୟ ରାଜୁ ବୁଲୁଥିଲାବେଳେ ସେଠାକାର ପୁଲିସ ତାଙ୍କୁ ଭାରତୀୟ ଗୁପ୍ତଚର ସନ୍ଦେହରେ ଧରି ନେଇଥିବା ପ୍ରକାଶ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories