www.samajalive.in
Monday, December 8, 2025
14.1 C
Bhubaneswar

ଲଭ୍‌ ଜିହାଦ ବିରୋଧରେ ଆଇନ ଲାଗୁ କଲେ ମଧ୍ୟପ୍ରଦେଶ ସରକାର, ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ

ଭୋପାଳ: ମଧ୍ୟପ୍ରଦେଶରେ ଶନିବାରଠାରୁ ଲଭ୍‌ ଜିହାଦ ବିରୋଧରେ ଆଇନ ଲାଗୁ ହୋଇଛି। ରାଜ୍ୟ ସରକାର ଏଥିପାଇଁ ଅଧିସୂଚନା ଜାରି କରିଛନ୍ତି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଶନିବାର ଧାର୍ମିକ ସ୍ବତନ୍ତ୍ରତା ଅଧ୍ୟାଦେଶ ୨୦୨୦କୁ ଗେଜେଟରେ ପ୍ରକାଶ କରିଛନ୍ତି। ଏହାପରଠାରୁ ଏହି ଆଇନ ପ୍ରଭାବଶାଳୀ ହୋଇଯାଇଛି।

ଏହି ଆଇନ ଅନୁସାରେ, ବିବାହ ଅଥବା ଅନ୍ୟ କପଟତାପୂର୍ଣ୍ଣ ପଦ୍ଧତିରେ କରାଯାଉଥିବା ଧର୍ମାନ୍ତରୀକରଣକୁ ଅପରାଧ ବୋଲି ବିବେଚନା କରାଯିବ। ଏହି ମାମଲାରେ ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଯାଏ ଜରିମାନାରେ ଦଣ୍ଡିତ କରିବାକୁ ବ୍ୟବସ୍ଥା ରହିଛି।

- Advertisement -

ଏହି ଆଇନରେ ଧର୍ମକୁ ଲୁଚାଇ (ଲଭ ଜିହାଦ) ବିବାହ କରିବା ଅପରାଧରେ ୩ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୫୦ ହଜାର ଟଙ୍କା ଜରିମାନାର ପ୍ରାବଧାନ ରହିଛି। ସାମୁହିକ ଧର୍ମ ପରିବର୍ତ୍ତନ ପାଇଁ ଉଦ୍ୟମ କରାଗଲେ ୫ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଯାଏ ଜରିମାନା ବ୍ୟବସ୍ଥା ରହିଛି।

ନାବାଳିକା/ନାବାଳିକ, ଅନୁସୂଚିତ ଜାତି ଓ ଜନଜାତି କ୍ଷେତ୍ରରେ ଏଭଳି ଘଟିଲେ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଏବଂ ଅତି କମରେ ୫୦ ହଜାର ଟଙ୍କାର ଜରିମାନା ପ୍ରାବଧାନ ରହିଛି। କେବଳ ଏତିରି ନୁହେଁ, ନିଜ ଇଚ୍ଛାରେ ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ଅଥବା କରାଉଥିବା ବ୍ୟକ୍ତିଙ୍କୁ ୬୦ ଦିନ ଆଗରୁ ଜିଲା ମାଜିଷ୍ଟ୍ରେଟଙ୍କୁ ଅବଗତ କରାଯିବା ବାଧ୍ୟତାମୂଳକ। ଏପରି ନ କଲେ ୩ରୁ ୫ବର୍ଷ ଜେଲ ଦଣ୍ଡ ଏବଂ ୫୦ ହଜାର ଟଙ୍କାର ଜରିମାନା ଲାଗୁ ହେବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories