www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ: ଦ୍ୱାଦଶ ପଢ଼ି ବି ୪ଟି ଶବ୍ଦ ଲେଖିପାରିଲେନି କେନ୍ଦ୍ରମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଦ୍ୱାଦଶ ପାସ୍‌‌ କରିଥିବା ସତ୍ତେ୍ୱ ହିନ୍ଦୀରେ ୪ଟି ଶବ୍ଦ ଲେଖିପାରିଲେନି କେନ୍ଦ୍ରମନ୍ତ୍ରୀ। ତାହା ପୁଣି ନିଜ ମନ୍ତ୍ରଣାଳୟ ସମ୍ବନ୍ଧୀୟ ଏକ ଯୋଜନାର ନାମ। ଏପରି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ(କନିଷ୍ଠ) ମନ୍ତ୍ରୀ ସାବିତ୍ରୀ ଠାକୁର। ଏହାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହେବା ସହିତ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

- Advertisement -

ସୂଚନା ଅନୁସାରେ, ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ଲାଗି ମଧ୍ୟପ୍ରଦେଶର ଧାର୍‌‌ ସହରରେ ଥିବା ଏକ ସରକାରୀ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଠାକୁର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସମୟରେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମ ବ୍ୟକ୍ତି ଭାବେ ପିଲାମାନଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ବୋର୍ଡରେ ‘ବେଟି ବଚାଓ, ବେଟି ପଢ଼଼ାଓ’ ଲେଖିବାକୁ ଅନୁରୋଧ କରିଥିଲେ। ମନ୍ତ୍ରୀ ଧଳା ବୋର୍ଡ ନିକଟକୁ ଯାଇ ମାର୍କରରେ ଲେଖିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଲେଖିପାରି ନ ଥିଲେ। ସେ ହିନ୍ଦୀରେ ଏମିତି କିଛି ଲେଖିଥିଲେ, ଯାହା ଥିଲା ‘Bedhi Padao Bachchav’।

ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଲୋକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ ମଜାକ୍‌‌ ବି ଉଡ଼ାଇଛନ୍ତି। ଧାର୍‌‌ ଜିଲା ବିଜେପି ମୁଖପାତ୍ର ସଞ୍ଜୟ ଶର୍ମା କହିଛନ୍ତି, ମନ୍ତ୍ରୀ ନିମାରି ଭାଷା କୁହନ୍ତି ଏବଂ ସେହି ଭାଷା ଲେଖନ୍ତି। ସ୍ଥାନୀୟ କଂଗ୍ରେସ ନେତା ଗନ୍ଧୱାନି ଉମଙ୍ଗ ସିଙ୍ଗାର କହିଛନ୍ତି, ଏହା ସତ ଯେ ସାଂସଦ କିମ୍ବା ମନ୍ତ୍ରୀ ହେବାକୁ କୌଣସି ମାନଦଣ୍ଡ ନାହିଁ, କିନ୍ତୁ ଜନପ୍ରତିନିଧିମାନଙ୍କ ସର୍ବନିମ୍ନ ଲେଖିବା କୌଶଳ ରହିବା ଉଚିତ।

୪୬ ବର୍ଷୀୟା କେନ୍ଦ୍ରମନ୍ତ୍ରୀ ଠାକୁର ଲୋକସଭା ନିର୍ବାଚନ ପୂର୍ବରୁ ନିଜ ସତ୍ୟପାଠରେ ୨୦୧୮ରେ ଉର୍ଦ୍ଦୁ ଶିକ୍ଷା ବୋର୍ଡରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାସ୍‌‌ କରିଥିବା ଦର୍ଶାଇଛନ୍ତି। ସେ ଧାର୍‌‌ ନିର୍ବାଚନମଣ୍ଡଳୀରୁ ୨ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ମୋଦୀଙ୍କ ୩ୟ କାର୍ଯ୍ୟକାଳରେ ତାଙ୍କୁ ମନ୍ତ୍ରୀପଦ ମିଳିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories