www.samajalive.in
Sunday, November 16, 2025
15.1 C
Bhubaneswar

ସୁରମା ପାଢୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବାଚସ୍ପତି ନିର୍ବାଚିତ

ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ହେଲେ ସୁରମା ପାଢୀ। ସର୍ବସମ୍ମତି କ୍ରମେ ରଣପୁର ବିଧାୟିକା ସୁରମା ପାଢୀ ହୋଇଛନ୍ତି ବିଧାନସଭାର ବାଚସ୍ପତି। ସୁରମା ପାଢୀଙ୍କୁ ବାଚସ୍ପତି କରିବା ପାଇଁ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ପ୍ରମିଳା ମଲ୍ଲିକଙ୍କ ପରେ ଦ୍ୱିତୀୟ ମହିଳା ବାଚସ୍ପତି ହେଲେ ସୁରମା ପାଢୀ। ସୁରମା ପାଢୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମସ୍ତ ଦଳର ନେତା। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରମା ପାଢୀ। ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁରମା। ଏଭଳି ଏକ ଆସନରେ ସେ ଦିନେ ବସିବେ ବୋଲି କେବେ ଭାବିନଥିଲେ। ନିରପକ୍ଷତାର ସହ ଗୃହ ପରିଚାଳନା କରିବି ବୋଲି କହିଛନ୍ତି।

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories