www.samajalive.in
Sunday, December 14, 2025
19.1 C
Bhubaneswar

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନସମ୍ପର୍କ ପଦଯାତ୍ରା

ବୋଲଗଡ଼ : ବୋଲଗଡ଼ ବ୍ଲକ ବିଜେପି ମଣ୍ଡଳ ସଭାପତି ସଞ୍ଜୟ କୁମାର ବେହେରା ଓ ବେଗୁନିଆ ବ୍ଲକ ଗଡମାଣିତ୍ରି ଗ୍ରାମପଂଚାୟତର ବିଜେପି ସଭାପତି କରୁଣାକର ବଳିୟାରସିଂହଙ୍କ ମିଳିତ ନେତୃତ୍ୱରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୂର୍ବତନ ବିଜେପି ବିଧାୟକ ପ୍ରାଥୀ ଋଷବ ନନ୍ଦ ଓ ରାଜ୍ୟ ବିଜେପି ସଦସ୍ୟ ଲୋତକବିନ୍ଦୁ ପଟ୍ଟନାୟକ, ପିଚୁକୁଳି ବିଜେପି ମଣ୍ଡଳ ସଭାପତି ଦୌଲତ ଅଲ୍ଲୀ, ବୋଲଗଡ଼ ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ଅଜିତ ପଟନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ମାନଙ୍କର ଏକ ଜନସମ୍ପର୍କ ପଦଯାତ୍ରା ହୋଇଥିଲା । ଦକ୍ଷିଣ ବେଗୁନିଆ ମଣ୍ଡଳ, ପିଚୁକୁଳି ମଣ୍ଡଳ ଲୋକମାଙ୍କର ଉନ୍ନତି, ବିକାଶ, ବିଜେପି ଦଳର ଏକତା, ସଂଗଠନ, ଦକ୍ଷତା ବୃଦ୍ଧି, ନାରୀମାନଙ୍କର ସୁରକ୍ଷା ତଥା ସଂଗଠନ, ସାମାଜିକ ସଚେତନତା ଓ ଜନକଲ୍ୟାଣ କାର୍ଯ୍ୟକ୍ରମଗୁଡିକର ସଫଳ ରୂପାୟନ ହେବାପାଇଁ ସାଂସଦ  ଅପରାଜିତା ଷଡ଼ଙ୍ଗୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାରଙ୍କ ସମସ୍ତ ଲୋକହିତକର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ଗୁଡିକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକମାନଙ୍କୁ ବୁଝାଇଥିଲେ । ବିଜେପିର ଏପରି ଜନସମ୍ପର୍କ ପଦଯାତ୍ରା ଓ ଦୁର୍ନୀତି ବିରୋଧରେ କାର୍ଯ୍ୟ କରାଯାଉଥିବାରୁ ଗ୍ରାମାଞ୍ଚଳର ଲୋକମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଚ୍ଚ ପ୍ରଶଂସା କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories