ଅବତରଣ ବେଳେ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ
ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ବିମାନଟି ବିମାନବନ୍ଦରରେ ଲ୍ୟାଣ୍ଡିଂ କରିବା ସମୟରେ ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏଥିରେ କୌଣସି ବଡ଼ ଧରଣର କ୍ଷତି ଘଟିନାହିଁ ଏବଂ ବିମାନରେ ଥିବା ସମସ୍ତ ୬୪ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ବିମାନ ବନ୍ଦର ନିର୍ଦେଶକ ଜି. ମଧୁସୂଦନ ରାଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
Andhra Pradesh: An Air India Express flight hits an electric pole while landing at Vijayawada International Airport in Gannavaram. “All 64 passengers on board the flight and the crew are safe,” says airport director G Madhusudan Rao. pic.twitter.com/yFaLMWlXHE
— ANI (@ANI) February 20, 2021
Comments are closed.