www.samajalive.in
Sunday, December 14, 2025
26.1 C
Bhubaneswar

ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସହାୟତା ପ୍ରଦାନ କଲେ ମନ୍ତ୍ରୀ ଓ ବିଜେଡି ପ୍ରତିନିଧି

କଳାବାଡିଆ : ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ  ବିଜେଡିର ଏକ ପ୍ରତିନିଧି ଦଳ ଭେଟି ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ସାଂସଦ ମମତା ମହାନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ, ମୟୁରଭଂଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ,ସାରସକଣାର ପୂର୍ବତନ ବିଧାୟକ ଭାଦବ ହଂସଦା,ଏଡି ଏମ ପ୍ରକାଶ ଚନ୍ଦ୍ର ବେହେରା, ସ୍ଥାନୀୟ ତହସିଲଦାର ସତ୍ୟବାନ ନାଏକ ଉପସ୍ଥିତ ଥିଲେ।

ପ୍ରତିନିଧି  ଦଳ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣେଇବା ସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨ଲକ୍ଷ ଟଙ୍କା, ଜିଲ୍ଲା ରେଡ଼କ୍ରସ ତରଫରୁ ୧୦ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ, ଦଳ ତରଫରୁ ନଗଦ ୫୦ ହଜାର ଟଙ୍କା  ଲେଖାଁଏ ​‌  ୪ ଜଣଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଛି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଝାଡ଼ଖଣ୍ଡର  ଦେଢ଼ ବର୍ଷର ଶିଶୁର  ପରିବାର ଲୋକଙ୍କୁ ଦଳ ତରଫରୁ ୫୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଗତକାଲି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଁଏ ସହାୟତା ପ୍ରଦାନ ନେଇ ଘୋଷଣା କରିଥିଲେ। ସୂଚନା ଅନୁସାରେ ୧୭ତାରିଖ ରାତିରେ ସାରସକଣା ବ୍ଲକର ମୁରୁଣିଆ ନିକଟରେ ଏକ ଟ୍ରାକ୍ଟରରେ ଆଦିବାସୀ ନାଚ ସାରି ଫେରୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତାର ୧୦ଫୁଟ ତଳକୁ ଖସି ପଡ଼ିଥିଲା, ଫଳରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories