www.samajalive.in
Sunday, December 7, 2025
18.1 C
Bhubaneswar

ଏସଟିପିଆଇ ଓ ଆରଏସପି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଇଣ୍ଡଷ୍ଟ୍ରିଜ ୪.୦ ସିଓଇ (ଏମ୍‍ ଟେକ୍‍) ଏବଂ ନବସୃଜନ ଓ ଷ୍ଟାର୍ଟଅପ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ସକାଶେ ଏସଟିପିଆଇ ଏବଂ ସେଲ୍‍ ରାଉରକେଲା ଇସ୍ପାତ କାରଖାନା, ରାଉରକେଲା ମଧ୍ୟରେ ଏକ ବୁଝାମଣାପତ୍ର ଏସଟିପିଆଇ-ଭୁବନେଶ୍ୱର ଠାରେ ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣାପତ୍ରର ମୂଳ ଲକ୍ଷ୍ୟ ହେଉଛି ଭୁବନେଶ୍ୱର ଏବଂ ରାଉରକେଲାରେ ନୂତନ ପ୍ରଯୁକ୍ତି (ଏମର୍ଜିଂ ଟେକ୍‍ନୋଲୋଜିସ) ଉପରେ ସ୍ଥାପିତ ହେବାକୁ ଯାଉଥିବା ଏସଟିପିଆଇ ଔଦ୍ୟୋଗିକତା କେନ୍ଦ୍ର (ଏସ୍‍ଟିପିଆ ସେଣ୍ଟର ଅଫ ଏଣ୍ଟରପ୍ରିନ୍ୟୋରସିପ୍‍)କୁ ସମର୍ଥନ ଯୋଗାଇଦେବାକୁ ଏସ୍‍ଟିପିଆଇ ଏବଂ ସେଲ୍‍-ଆରଏସପି ମଧ୍ୟରେ ଏକ ମଜଭୁତ ଏବଂ ଅର୍ଥପୂର୍ଣ୍ଣ ମେଣ୍ଟ ଗଠନ କରିବା । ଏମ୍‍ ଟେକ୍‍ ନାମରେ ପରିଚିତ ଏହି କେନ୍ଦ୍ର ଭାରତ ସରକାରଙ୍କର ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଇଲେକ୍‍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପାଣ୍ଠି ସହାୟତାରେ ସ୍ଥାପନ କରାଯାଉଛି ।

ମାର୍ଗଦର୍ଶନ, ଭିତ୍ତିଭୂମିର ଏବଂ ଅନ୍ୟାନ୍ୟ ସୁବିଧାର ସୁଯୋଗ ନେବା, ନେଟୱର୍କିଂ ଏବଂ ପାଣ୍ଠି ବ୍ୟବସ୍ଥା ଆଦି କ୍ଷେତ୍ରରେ ସୁଦୃଢ ସହଯୋଗ ସ୍ଥାପନ ନିମନ୍ତେ ଏହି ବୁଝାମଣାପତ୍ରରେ ଲକ୍ଷ୍ୟ ରଖାଯାଇଛି । ଉଭୟ ଏସଟିପିଆଇ ଏବଂ ସେଲ୍‍, ଆରଏସପି ସୂଚନା ଓ ଜ୍ଞାନର ସୁରୁଖୁରୁରେ ବିନିମୟକୁ ଉତ୍ସାହିତ କରିବେ ଏବଂ ପ୍ରଯୁକ୍ତିର ରୂପାୟନ କ୍ଷେତ୍ରରେ ଏସଟିପିଆଇର ସମୃଦ୍ଧ ଅଭିଜ୍ଞତା ଏବଂ ଶିଳ୍ପ ଉତ୍ପାଦନ, ଗବେଷଣା ଓ ବିନିର୍ମାଣ, ଗବେଷଣା ଓ ବିକାଶ ଆଦି କ୍ଷେତ୍ରରେ ଉତ୍କର୍ଷ ହାସଲ ଦ୍ୱାରା ସେଲ୍‍-ଆରଏସପିର ମଜଭୁତ ଶିଳ୍ପ ଦୃଷ୍ଟିଭଙ୍ଗୀ ଭଳି ପାରସ୍ପରିକ ସାମର୍ଥ୍ୟରୁ ଫାଇଦା ଉଠାଇବାକୁ ଏକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରିବେ । ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଯାଉଥିବା ଅତ୍ୟାଧୁନିକ ସୁବିଧା (ବିପିୟୁଟି ରାଉରକେଲାରେ ଏକ ସାଟେଲାଇଟ କେନ୍ଦ୍ର ସହିତ), ଏସଟିପିଆଇର ଅନ୍ୟତମ ଅଗ୍ରଣୀ ଔଦ୍ୟୋଗିକତା କେନ୍ଦ୍ର (ସିଓଇ) ହେବ ଏବଂ ଏହି ବୁଝାମଣାପତ୍ର ଅନୁଯାୟୀ ଏହା ଉଭୟ ସଂସ୍ଥାନ ଦ୍ୱାରା ସମସ୍ତ ପ୍ରୟାସର ମୂଳ ବିନ୍ଦୁ ହେବ ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories