ପିଲାଙ୍କ ଆଗରେ ମାଆକୁ ହାତୁଡିରେ ପଟି ହତ୍ୟାକଲା ବାପା

0

ନୂଆଦିଲ୍ଲୀ : ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଜଣେ ଇ-ରିକ୍ସା ଡ୍ରାଇଭର ନିଜ ପିଲାଙ୍କ ଆଗରେ ପତ୍ନୀକୁ ହାତୁଡିରେ ପିଟି ପିଟି ହତ୍ୟା କରିଛି । ସୋମବାର ସକାଳେ ଏହି ଘଟଣା ଘଟିଥିଲାବେଳେ ପୁଲିସ୍‌ ସନ୍ଧ୍ୟାରେ ଅଭିଯୁକ୍ତ ଇ-ରିକ୍ସା ଡ୍ରାଇଭର ବିନୋଦ କୁମାରକୁ ଗିରଫ କରିଛି । ସୂଚନା ଅନୁସାରେ ମଦ ପିଆକୁ ନେଇ ଦମ୍ପତ୍ତି ପ୍ରାୟ ସମୟ ଝଗଡ଼ା ଲାଗୁଥିଲେ । ପ୍ରାୟ ୧୮ ବର୍ଷ ତଳେ ବିନୋଦ ଓ ସବିତାଙ୍କ ବିବାହ ହୋଇଥିଲା । ଉଭୟଙ୍କ ୧୫, ୧୪ ଏବଂ ୧୩ ବର୍ଷ ବୟସର ୩ଟି ସନ୍ତାନ ଅଛନ୍ତି । ଦିଲ୍ଲୀ ପୁଲିସ୍‌ ଅନୁସାରେ ସୋମବାର ମଧ୍ୟ ଏହି ମଦ ପିଆକୁ ନେଇ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ବିନୋଦ ଏକ ହାତୁଡି ଆଣି ପିଲାଙ୍କ ଆଗରେ ସ୍ତ୍ରୀ ସବିତାକୁ ପିଟି ପିଟି ହତ୍ୟା କରିଥିଲେ । ବାପା ପଳାଇବା ପରେ ପିଲାମାନେ ମାଆକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।

Leave A Reply