www.samajalive.in
Monday, December 15, 2025
15.1 C
Bhubaneswar

ଋଣଠାରୁ ଅଧିକ ଟଙ୍କା ପରିଶୋଧ କରିବା ସତ୍ବେ ବ୍ୟାଙ୍କ ପଠାଇଲା ଜବତ ନୋଟିସ; ମା’ ଓ ଝିଅଙ୍କ ଆତ୍ମାହୁତି

ଥିରୁଭାନନ୍ତପୁରମ: ଋଣଠାରୁ ଅଧିକ ଟଙ୍କା ପରିଶୋଧ କରିବା ପରେ ବି ଏକ ବ୍ୟାଙ୍କ ଋଣଗ୍ରହିତାଙ୍କୁ ଘର ଜବତ ନୋଟିସ ପଠାଇଲା। ଆହୁରି ୬ ଲକ୍ଷ ୮୦ ହଜାର ଟଙ୍କା ନ ଦେଲେ ଘର ଜବତ କରାଯିବ ବୋଲି ଧମକ ଦିଆଗଲା। ଏଭଳି ନୋଟିସ ପାଇବା ପରେ ଏକ ପରିବାରର ମା’ ଓ ଝିଅ ଶେଷରେ ନିଜ ଜୀବନ ହାରିଛନ୍ତି। ଋଣ ଶୁଝି ନ ପାରିଲେ ଘର ନିଲାମ ହୋଇଯିବା ଭୟରେ ଉଭୟେ ଆତ୍ମାହୁତି ଦେଇଛନ୍ତି। କେରଳର ଥିରୁଭାନନ୍ତପୁରମ ଜିଲାରେ ମଙ୍ଗଳବାର ଏପରି ଘଟଣା ଘଟିଛି। ମହିଳାଙ୍କ ସ୍ବାମୀ ଘରେ ନ ଥିବା ସମୟରେ ଉଭୟେ ମା’ ଓ ଝିଅ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଝିଅ ବୈଷ୍ଣବୀ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ମା’କୁ ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।  ଏକ ଗୃହ ଋଣ ଶୁଝିବାକୁ ବ୍ୟାଙ୍କ ପକ୍ଷରୁ ବାରମ୍ବାର ଧମକ ଦିଆଯାଉଥିବାରୁ ସେମାନେ ଏପରି ପଦକ୍ଷେପ ନେଇଥିବା ଚନ୍ଦ୍ରନ ଅଭିଯୋଗ କରିଛନ୍ତି।

ଚନ୍ଦ୍ରନ କହିଛନ୍ତି, ସେ ନେୟାଟିଙ୍କରାରେ ଥିବା ଏକ ଜାତୀୟ ସ୍ତରର ବ୍ୟାଙ୍କରୁ ୨୦୦୫ରେ ୫ ଲକ୍ଷ ଟଙ୍କା ଗୃହ ଋଣ ନେଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ସୁଧ ସହିତ ୮ ଲକ୍ଷ ଟଙ୍କା ଶୁଝି ସାରିଲେଣି। କିନ୍ତୁ ଆହୁରି ୬ ଲକ୍ଷ ଟଙ୍କା ପରିଶୋଧ କରିବାକୁ ବାକି ରହିଛି। ଗତ ୧୦ ତାରିଖରେ ସ୍ଥାନୀୟ ଏକ କୋର୍ଟ ପକ୍ଷରୁ ନିଯୁକ୍ତ ଆଡଭୋକେଟ କମିଶନ ତାଙ୍କ ଘରକୁ ଯାଇଥିଲେ। ୧୪ ତାରିଖ ସୁଦ୍ଧା ଟଙ୍କା ନ ଦେଲେ ଋଣ ବାବଦରେ ଘରର ସମ୍ପତ୍ତି ଜବତ କରାଯିବ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଥିଲା। ସେପଟେ ବ୍ୟାଙ୍କ ପକ୍ଷରୁ ମଧ୍ୟ ନୋଟିସ ପଠାଯାଇଥିଲା। ଏଥିରେ ଚିନ୍ତାଗ୍ରସ୍ତ ହୋଇ ମା’ ଓ ଝିଅ ଆତ୍ମାହୁତି ଦେଇଥିବା ଚନ୍ଦ୍ରନ ଅଭିଯୋଗ କରିଛନ୍ତି। ତେବେ ବ୍ୟାଙ୍କ କୌଣସି ଚାପ ପକାଇ ନ ଥିବା ଶାଖା ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories