www.samajalive.in
Sunday, December 14, 2025
26.1 C
Bhubaneswar

ସାମ୍‌ ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ପଠାନକୋଟ୍‌ରେ ପ୍ରିୟଙ୍କାଙ୍କୁ ବିରୋଧ

ପଠାନକୋଟ: ଶିଖ୍‌ ବିରୋଧୀ ଦଙ୍କା ଉପରେ କଂଗ୍ରେସର ବରିଷ୍ଠ ନେତା ସାମ୍‌ ପିଟ୍ରୋଡାଙ୍କ ବିବାଦୀୟ ମନ୍ତବ୍ୟ ‘ହେଲା ତ ହେଲା’କୁ ନେଇ ଦଳ ଏବେ ଅଡୁଆରେ ପଡ଼ିଛି। ସାମ୍‌ ପିଟ୍ରୋଡା ଏଥିପାଇଁ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ କଂଗ୍ରେସକୁ ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ମଙ୍ଗଳବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପଞ୍ଜାବର ପଠାନକୋଟରେ ଏକ ରୋଡ୍‌ ଶୋ’ରେ ଯୋଗଦେବାକୁ ଯାଇଥିବାବେଳେ ସେଠାରେ ତାଙ୍କୁ ବିରୋଧ  କରାଯାଇଛି। ପିଟ୍ରୋଡାଙ୍କ ‘ହେଲା ତ ହେଲା’ ମନ୍ତବ୍ୟର ପୋଷ୍ଟର ଦେଖାଇ ସ୍ଥାନୀୟ କିଛି ଲୋକ ପ୍ରିୟଙ୍କାଙ୍କୁ ବିରୋଧ କରିଥିଲେ। ପ୍ରିୟଙ୍କାଙ୍କ ସହିତ ରୋଡ୍‌ ଶୋ’ରେ କଂଗ୍ରେସ ନେତା ସୁନୀଲ ଝାକର ଏବଂ ନଭଜୋତ ସିଂହ ସିଦ୍ଧୁ ଉପସ୍ଥିତ ଥିଲେ।

ଗତ ଗୁରୁବାର ପିଟ୍ରୋଡା ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଉପରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏପରି ଲଜ୍ଜାଜନକ ମନ୍ତବ୍ୟ ପାଇଁ ତାଙ୍କୁ ତାଗିଦ୍‌ କରିବା ସହ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ। ପିଟ୍ରୋଡା ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ରାହୁଲ କହିବା ସହ ଦଙ୍ଗାର ଅଭିଯୁକ୍ତମାନଙ୍କୁ ଦଣ୍ଡିତ କରାଯିବା ଉଚିତ ବୋଲି ରାହୁଲ କହିଥିଲେ। ତେବେ ପିଟ୍ରୋଡାଙ୍କ ମନ୍ତବ୍ୟ ପରେ କଂଗ୍ରେସକୁ ସମାଲୋଚନା କରିବା ଲାଗି ବିଜେପିକୁ ସୁଯୋଗ ମିଳିଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories