www.samajalive.in
Monday, December 15, 2025
14.1 C
Bhubaneswar

୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ୪ ଓଡିଆ

ନୂଆଦିଲ୍ଲୀ: ୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ଓଡିଶାର ୪ ଜଣ ପ୍ରମୁଖ ବ୍ୟକ୍ତି ରହିଛନ୍ତି । ଏହି ତାଲିକାରେ ଭାରତର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ସ୍ଥାନ ପାଇଛନ୍ତି । ୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରହିଥିବା ବେ​‌​‌ଳେ ଦ୍ବିତୀୟ ସ୍ଥାନରେ ବିଜେପି ଦଳର ରାଷ୍ଟ୍ରୀୟ ସଭାପତି ଅମିତ୍ ସାହା ରହିଛନ୍ତି । ତେବେ ଏହି ତାଲିକାର ତୃତୀୟ ସ୍ଥାନରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ୍ ମିଶ୍ର, ୩୦ ନମ୍ବର ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୩୨ ସ୍ଥାନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ୪୪ ନମ୍ବର ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ପି. କେ. ମିଶ୍ର ରହିଛନ୍ତି ।

- Advertisement -

ସେହିପରି ପଞ୍ଚମ ସ୍ଥାନରେ ସୋନିଆ ଗାନ୍ଧି, ଷଷ୍ଠ ସ୍ଥାନରେ ମମତା ବାନାର୍ଜୀ, ନବମ ସ୍ଥାନରେ ଆଦିତ୍ୟ ନାଥ ଯୋଗୀ, ଦଶମ ସ୍ଥାନରେ ମୁକେଶ ଆମ୍ବାନୀ ରହିଛନ୍ତି । ତାଲିକା ଅନୁସାରେ ୧୧ ନମ୍ବର ସ୍ଥାନରେ ରାହୁଲ ଗାନ୍ଧି, ୧୪ ନମ୍ବର ସ୍ଥାନରେ ମାୟାୱାତି, ୧୫ ନମ୍ବର ସ୍ଥାନରେ ଅଖିଲେଶ ଯାଦବ, ୧୭ ନମ୍ବର ସ୍ଥାନରେ ଲାଲୁ ପ୍ରଶାଦ ଯାଦବ୍, ୨୦ ନମ୍ବର ସ୍ଥାନରେ ବିରାଟ୍ କୋହଲି, ୨୧ ନମ୍ବର ସ୍ଥାନରେ ସୁଷମା ସ୍ବରାଜ, ୨୮ ନମ୍ବର ସ୍ଥାନରେ ବାବା ରାମଦେବ, ୩୯ ନମ୍ବର ସ୍ଥାନରେ ସ୍ମ୍ରିତି ଇରାନି, ୬୬ ନମ୍ବର ସ୍ଥାନରେ  ନୀତା ଆମ୍ବାନୀ, ୭୩ ନମ୍ବର ସ୍ଥାନରେ ଅରଭିନ୍ଦ କେଜ୍ରିୱାଲ, ୯୯ ନମ୍ବର ସ୍ଥାନରେ ହାର୍ଧିକ ପଟେଲ ଏବଂ ଶେଷ ସ୍ଥାନରେ ସଂଙ୍ଗିତଜ୍ଞ ଟି.ଏମ୍ କ୍ରିଷ୍ଣା ରହିଛନ୍ତି ।

ଏହି ତାଲିକାରେ ସିନେ ଜଗତର କିଛି ବରିଷ୍ଠ ଅଭିନେତା ଓ ଅଭିନେତ୍ରୀଙ୍କୁ ସ୍ଥାନ ମିଳିଛି । ଏଥିରେ ୭୭ ନମ୍ବର ସ୍ଥାନରେ ଅମିତାଭ ବଚ୍ଚନ, ୭୮ ନମ୍ବର ସ୍ଥାନରେ ରଜିନକାନ୍ତ, ୭୯ ନମ୍ବର ସ୍ଥାନରେ ଦୀପିକା ପାଦୁକନ୍, ୮୦ ନମ୍ବର ସ୍ଥାନରେ  ଅମୀର ଖାନ୍, ୮୧ ନମ୍ବର ସ୍ଥାନରେ ସଲମନ ଖାନ୍, ୮୨ ନମ୍ବର ସ୍ଥାନରେ ଶାହାରୁଖ୍ ଖାନ, ୯୭ ନମ୍ବର ସ୍ଥାନରେ କଙ୍ଗନା ରାନାୱତ, ୯୮ ନମ୍ବର ସ୍ଥାନରେ କରଣ ଜୋହର ରହିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories