www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରିଟେନରେ ପାଳନ ହେବ ‘ସିଙ୍ଗଡ଼ା ସପ୍ତାହ’ ! ଜାଣନ୍ତୁ କେବେ

ପର୍ସିଆରୁ ହିଁ ସର୍ବପ୍ରଥମେ ‘ସିଙ୍ଗଡ଼ା’ ଛଣା ଖାଦ୍ୟର ଉତ୍ପତ୍ତି ହୋଇଥିବାର ବିଶେଷଜ୍ଞଙ୍କ ଅନୁମାନ। ହେଲେ ଭାରତରେ ହିଁ ଏହାର ଲୋକପ୍ରିୟତା ଶୀର୍ଷରେ ପହଞ୍ଚି ବିଦେଶରେ ନିଜର ଆସ୍ଥାନ ଜମାଇଥିଲା। ଆଜିର ସମୟରେ ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନଭିନ୍ନ ସୁଆଦର ସିଙ୍ଗଡ଼ାର ବେପାର ଜମିଛି। ତଥାପି ‘ଆଳୁ ସିଙ୍ଗଡ଼ା’ର ଲୋକପ୍ରିୟତା ସେହିପରି ଶୀର୍ଷରେ ଅଛି।

ଗତ କିଛି ବର୍ଷ ମଧ୍ୟରେ ଲଣ୍ଡନରେ ସିଙ୍ଗଡ଼ାର ବିକ୍ରି ବଢ଼ିଥିବାର ପ୍ରକାଶ। କେବଳ ଭାରତୀୟଙ୍କ ଗହଣରେ ନୁହେଁ, ବରଂ ସେଠାରେ ଲୋକେ ଏହାକୁ ସକାଳ ଜଳଖିଆ ଭାବେ ଖାଇବାକୁ ପସନ୍ଦ କରୁଛନ୍ତି। ଏଇ ଆସନ୍ତା ଏପ୍ରିଲ୍ ୯-୧୨ ପର୍ୟ୍ୟନ୍ତ ବ୍ରିଟେନରେ ‘ସିଙ୍ଗଡ଼ା ସପ୍ତାହ’ ପାଳନ ହେବ ବୋଲି ଜଣାପଡ଼ିଛି।

- Advertisement -

ସେଠାକାର ପଞ୍ଚତାରକା ହୋଟେଲଠାରୁ ଆରମ୍ଭ କରି ରାସ୍ତାକଡ଼ ଦୋକାନରେ ବିଭିନ୍ନ ପ୍ରକାରର ସିଙ୍ଗଡ଼ା ପ୍ରସ୍ତୁତି ହେବ। ପ୍ରଥମକରି ସେଠାରେ ସିଙ୍ଗଡ଼ା ସପ୍ତାହ ପାଳନ କରାଯିବ। ଏହାକୁ ନେଇ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖାଦେଇଛି। ସେଠାରେ ଏକ ଫେଶନ୍ ଦୋକାନରେ କାମ କରୁଥିବା ଲି ଆର୍ଥର ନାମକ ୪୫ ବର୍ଷୀୟ ବ୍ୟକ୍ତି କହିଛନ୍ତି, ସିଙ୍ଗଡ଼ା ଏକ ମନଲୋଭା ଖାଦ୍ୟ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ହିଁ ବ୍ରିଟେନରେ ଏହି ଭାରତୀୟ ଖାଦ୍ୟଟି ଖୁବ୍ ଆଦର ପାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories