ସକାଳ @୯ ମୁଖ୍ୟ ଖବର
(୧) ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ପଡ଼ିବ ଭୋଟ୍.. ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ଯାଏ ସଂସଦ ଭବନରେ ହେବ ଭୋଟ୍ ଗ୍ରହଣ…ଲୋକସଭା ଓ ରାଜ୍ୟସଭାର ମୋଟ ୭୮୮ ସଦସ୍ୟ ରଖିବେ ନଜର ମତ… ଉପରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ରହିଛନ୍ତି ଏନଡିଏର ଜଗଦୀପ ଧନଖଡ ଓ ବିରୋଧୀ ଦଳର ମାର୍ଗାରେଟ ଆଲ୍ଭା…
(୨) ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… ଅପରାହ୍ଣରେ ସ୍ୱାଧୀନତାର ଅମୃତ ମହୋତ୍ସବ ଜାତୀୟ କମିଟିରେ ଦେବେ ଯୋଗଦାନ… ଆସନ୍ତାକାଲି ନୀତିଆୟୋଗ ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗରେ ଆଲୋଚନା କରିବେ… ୮ ତାରିଖରେ ଫେରିବେ ଓଡ଼ିଶା..
(୩)ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ.. ଚର୍ଚ୍ଚିତ ମିଶ୍ରଙ୍କୁ ପଚରାଉଚରା କରୁଛି ସିବିଆଇ.. ଲଞ୍ଚ ନେବା ମାମଲାର ଅଭିଯୁକ୍ତ ତାଲିକାରେ ରହିଛି ଚର୍ଚ୍ଚିତଙ୍କ ନାଁ.. ଗତକାଲି ମଧ୍ୟ ସମାନ ଘଟଣାରେ ଗିରଫ ହୋଇଛନ୍ତି ୪ଜଣ ଅଭିଯୁକ୍ତ…
(୪) ପୁଣି ସାମ୍ନାକୁ ଆସିଲା ମନରେଗା ଯୋଜନାର ମହା ଦୁର୍ନୀତି… ମଣିଷ ବଦଳରେ ମେସିନ୍ କରୁଛି କାମ… କଳାହାଣ୍ଡି ଜିଲ୍ଳା ବେନଗାଁ ପଞ୍ଚାୟତରେ ଜେସିବି ଖୋଳୁଛି ପୋଖରୀ.. ବାଟମାରଣା ହେଉଛି ସରକାରଙ୍କ ଯୋଜନା… ‘ସମାଜ’ ହାତରେ ଲାଗିଲା ପୁଣି ଆଉ ଏକ ନୂଆ ଅଭିଯୋଗ..
(୫) ଲଘୁଚାପ ବର୍ଷାରେ ପୁଣି ଭିଜିବ ଓଡ଼ିଶା… ଆଜିଠୁ ରାଜ୍ୟରେ ବଢ଼ିପାରେ ବର୍ଷାର ପରିମାଣ… ୭ରୁ ୯ ତାରିଖ ଯାଏ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଲା ପାଣିପାଗ ବିଭାଗ… ପୁରୀ, ଖୋର୍ଦ୍ଧା, ନୟାଗଡ଼ ସମେତ ୧୭ ଜିଲ୍ଲାରେ ଆଜି ହେବ ପ୍ରବଳ ବର୍ଷା…
Comments are closed.