www.samajalive.in
Tuesday, December 9, 2025
16.1 C
Bhubaneswar

ଫ୍ରାନ୍ସ ଓ ବ୍ରିଟେନରେ ଦିନକରେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ପ୍ୟାରିସ: ଓମିକ୍ରନ ପ୍ରକରଣକୁ ନେଇ ଦିନକୁ ଦିନ ପରିସ୍ଥିତି ଗମ୍ଭୀର ହେବାକୁ ଲାଗିଥିବାବେଳେ ଫ୍ରାନ୍ସ ଓ ବ୍ରିଟେନରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷରୁ ଅଧିକ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋଭିଡ ମହାମାରୀ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ଦେଶରେ ଏହା ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ବୋଲି କୁହାଯାଉଛି । ରବିବାର ଫ୍ରାନ୍ସରେ ୧,୨୨,୫୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାହା ପୂର୍ବରୁ ଶୁକ୍ରବାର ୯୪,୧୦୦ ଏବଂ ଶନିବାର ଦିନ ୫୮,୫୦୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଦେଶରେ ସଂପ୍ରତି ୧୬ ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩୩୦୦ ଜଣ ଆଇସିୟୁରେ ଅଛନ୍ତି । ଇତିମଧ୍ୟରେ ଫ୍ରାନ୍ସର ୭୬.୫% ଲୋକଙ୍କୁ ସମ୍ପୂର୍ଣ୍ଣ ଭାବରେ କୋଭିଡ ଟିକା ଦିଆଯାଇସାରିଛି ।
ବ୍ରିଟେନରେ ମଧ୍ୟ ଦିନକ ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷରୁ ଅଧିକ ହୋଇଛି । ଦେଶରେ ରବିବାର ଦିନ ୧,୨୨,୧୮୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବ୍ରିଟେନରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୮୯୧,୨୯୨କୁ ବୃଦ୍ଧିପାଇଛି । ଦିନକ ମଧ୍ୟରେ ଦେଶରେ ୧୩୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ମଧ୍ୟ ଜଣାଯାଇଛି । ବ୍ରିଟେନରେ ଆୁ ୨୩,୭୧୯ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଦିନକ ମଧ୍ୟରେ ଏହି ପ୍ରକରଣରେ ଆକ୍ରାନ୍ତ ସର୍ବାଧିକ ସଂଖ୍ୟା । ଏଥିସହିତ ବ୍ରିଟେନରେ ଓମିକ୍ରନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪,୬୨୫ରେ ପହଞ୍ଚିଛି ।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories