ଶରୀର ପାଇଁ ଖୁବ୍ ଉପକାରୀ ମୁଗଡାଲି ପାଣି

ସାଧାରଣତଃ ଏହା ଆମେ ଜାଣନ୍ତି ଯେ ଡାଲି ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ୍ ରହିଥାଏ। ତେବେ ସମସ୍ତ ଡାଲି ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ଏହାସହିତ ଏହାର ପାଣି ମଧ୍ୟ ଶରୀର ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ। ଓଜନ ହ୍ରାସ କରିବାରେ ମୁଗଡାଲି ପାଣି ବିଶେଷ ଭାବେ ସହାୟକ ହୋଇଥାଏ। ମୁଗ ଡାଲିରେ ମାଙ୍ଗାନିଜ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, କପର୍, ଏବଂ ଅନେକ ପ୍ରକାରର ଭିଟାମିନ୍ ରହିଥାଏ। ଆସନ୍ତୁ ଜାଣିବା ମୁଗଡାଲି ପାଣି କିପରି ପ୍ରସ୍ତୁତ କରାଯାଏ ଏବଂ ଏହାକୁ ପିଇବା ଦ୍ବାରା ଆମକୁ କି ଲାଭ ମିଳିଥାଏ –

ମୁଗଡାଲି ପାଣି ପ୍ରସ୍ତୁତ କରିବା ପାଇଁ, ଡାଲି ତିଆରି କରିବା ସମୟରେ ୨ କପ୍ ପାଣି ଅଧିକ ଦିଅନ୍ତୁ। ଏହାପରେ ଡାଲି ଭଲ ଭାବେ ସିଝିଗଲା ପରେ ସେଥିରୁ ପାଣିକୁ ଛାଣି ପିଅନ୍ତୁ।

ମୁଗଡାଲି ପାଣି ପିଇବା ଦ୍ୱାରା ଶରୀରରେ ଥିବା ଅପରିଷ୍କାର ତଥା ବିଶାକ୍ତ ଦ୍ରବ୍ୟ ନିଷ୍କାସିତ ହୋଇଥାଏ।

prayash

ଏହି ପାଣିରେ ଥିବା ପୌଷ୍ଟିକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ, ଶରୀରକୁ ପୋଷଣ ଯୋଗାଇଥାଏ।

ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍ ଥିବାରୁ ପାକସ୍ଥଳୀ ଏବଂ ଯକୃତକୁ ପରିଷ୍କାର ରଖିବା ସହ ଠିକ୍ ରଖିଥାଏ।

ଏହା ବ୍ୟତୀତ ମୁଗଡାଲି ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

ଏହା ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଓଜନ ହ୍ରାସ କରିଥାଏ।

Comments are closed.