ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ପାଟଣା – ଗରିବ ଅସହାୟ ଲୋକଙ୍କ ନିକଟରେ ଉତ୍ତମ ଚିକିତ୍ସା ଯୋଗାଇଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ରହିଥିବା ବେଳେ ଏହି ଯୋଜନା ସଠିକ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଯାହା ଫଳରେ ଲୋକମାନେ ସ୍ବାସ୍ଥ୍ୟସେବା ନପାଇ ଦୟନୀୟ ଭାବେ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି। ଏଭଳି ଏକ ଦୁଖଃଦ ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କପୁଣ୍ଡି ପଞ୍ଚାୟତ କରଞ୍ଜିଆପଡା ଗ୍ରାମ ବନସାହିରେ। ୮ବର୍ଷ ପୁଅର ଚିକିତ୍ସା ପାଇଁ ଅର୍ଥ ନଥିବାରୁ ବାପା ଦାଦନ ଖଟିବାକୁ ଯାଇଛନ୍ତି ବାହାର ରାଜ୍ୟକୁ । ଖବର ରୁ ପ୍ରକାଶ ଯେ ସାହାରପଡା ବ୍ଲକ ଅନ୍ତର୍ଗତ କପୁଣ୍ଡି ପଞ୍ଚାୟତ କରଞ୍ଜିଆପଡା ବନସାହିର ବାସିନ୍ଦା ବିଜୟ ପଇଦା। ପରିବାର କହିଲେ ପତ୍ନୀ ମଞ୍ଜୁ ପଇଦା ଙ୍କ ସହ ୩ ସନ୍ତାନ, ଜଣେ ଝିଅ ୨ପୁଅ । ଏହି ପରିବାରର ଆର୍ଥିକ ସ୍ଥିତି ସୁଦୃଢ ନଥିବା ବେଳେ ମୂଲ ମଜୁରୀ କଲେ ପରିବାରର ଗୁଜୁରାଣ ମେଣ୍ଟି ଥାଏ। ଅର୍ଥ ନଥିଲେ ମଧ୍ୟ ହସଖୁସିରେ ସଂସାର ଚାଲିଥିଲା। କିନ୍ତୁ ହଠାତ ଦୁଃଖର ପାହାଡ ଖସିପଡ଼େ ଏହି ପରିବାର ଉପରେ। ପୁଅ ଅମିତ ଜନ୍ମ ହେବାର ୩ବର୍ଷ ପରେ ଅଜଣା ରୋଗରେ ପୀଡିତ ହୋଇ ବାମଗାଲ ଫୁଲିବାରେ ଲାଗିଲା। ଅମିତର ଚିକିତ୍ସା କରାଇବାକୁ ମାଆ ମଞ୍ଜୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଲେ ଡାକ୍ତର ରକ୍ତ ଜମି ରହି ଥିବା କହିବା ସହ କଟକ ବଡ଼ ଡ଼ାକ୍ତରଖାନା ଯିବାକୁ ପରାମର୍ଶ ଦେଇଥିଲେ। ହେଲେ ପାଖରେ ଅର୍ଥ ନଥିବାରୁ ପୁଅର ଚିକିତ୍ସା କରାଇବାକୁ କଟକ ନେବା ସେମାନଙ୍କ ପାଇଁ ସମ୍ଭବପର ହୋଇପାରିଲା ନାହିଁ।

prayash

ଏବେ ଅମିତର ବୟସ ୮ବର୍ଷ ହେଲାଣି। ଧୀରେ ଧୀରେ ଏହି ଅଜଣା ରୋଗ ଗ୍ରାସିବାରେ ଲାଗିଛି ଅମିତକୁ। ୫ବର୍ଷ ହେବ ରୋଗ ବଢୁଥିବାରୁ ବହୁ ଯନ୍ତ୍ରଣା ଭୋଗୁଚି ଅମିତ ଫଳରେ ପାଠପଢିବା ତାହା ପାଇଁ କଷ୍ଟସାଧ୍ୟ ହୋଇ ପଡିଛି। ଅମିତର ଏଭଳି ଅବସ୍ଥା ଯୋଗୁ ଚିନ୍ତାରେ ପୁରା ପରିବାର। ପୁଅର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିବାକୁ ବାପା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ପୁଅର ଚିକିତ୍ସା ହୋଇ ପାରୁ ନଥିବାରୁ ଘରେ ମାଆ ମଞ୍ଜୁଙ୍କ ଆଖିରୁ ଲୁହ ଶୁଖୁନି। ଏହି ଗରିବ ପରିବାରକୁ ସହାୟତା ଯୋଗଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Comments are closed.