ସୋମବାରର ରାଶିଫଳ – ଏହି ରାଶିଧାରୀଙ୍କ ପାଇଁ ଶୁଭ

ମେଷ-  କଟୁ ଭାଷା ପ୍ରୟୋଗ କଲେ ବନ୍ଧୁମାନେ କରଛଡ଼ା ଦେଇପାରନ୍ତି। ଅର୍ଥାଭାବର ସମ୍ମୁଖୀନ ହେବା ଆଶା କରାଯାଏ। ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଧନ ବ୍ୟୟ କରିପାରନ୍ତି। ହୃତ ଗୌରବ ଫେରି ପାଇବେ।

ବୃଷ- ଶତ୍ରୁମାନେ ପରାଜୟ ବରଣ କରି ଶରଣାଗତ ହୋଇପାରନ୍ତି। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ଜଣେ ମହାମନୁଷ୍ୟ ଭାବେ ଲୋକଙ୍କ ଆସ୍ଥାଭାଜନ ହେବେ। ଶ୍ରେଷ୍ଠାସନରେ ଆସୀନ ହେବେ।

ମିଥୁନ-ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ବିବେକାନୁମୋଦିତ ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଉପୁଜିଥିବା ସମସ୍ତ କଳୁଷର ବିଲୋପ ଘଟିବ। ପୁରୁଷ ପ୍ରଧାନ ଭାବେ ସାମାଜିକ ସମ୍ମାନ ପାଇବେ।

କର୍କଟ-  ଭୋଗ-ବିଳାସପ୍ରିୟ ହୋଇପାରନ୍ତି। ସୁବକ୍ତା ହେବା ଆଶା କରାଯାଏ। ପ୍ରଭାବଶାଳୀ ହୋଇପାରନ୍ତି। ଉପକାରୀ ବ୍ୟକ୍ତିଙ୍କଠାରେ କୃତଜ୍ଞ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ବୁଦ୍ଧିମାନ୍‌ ଓ ଜ୍ଞାନଗରିମାଯୁକ୍ତ ହେବେ।

ସିଂହ- ମିତବ୍ୟୟୀ ହୋଇପାରନ୍ତି। ଧନକ୍ଷୟ ହେବା ଆଶା କରାଯାଏ। ମାନସିକ ସ୍ତରରେ ଦୁଶ୍ଚିନ୍ତା ଉପୁଜିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତ୍ୟବାଦୀ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟିବ।

କନ୍ୟା- ବହୁ ଶାସ୍ତ୍ର ଅଧ୍ୟୟନ କରି ତା’ର ଯଥାର୍ଥ ବିନିଯୋଗ କରିବେ। ସୁମିତ୍ର ଅର୍ଜନ କରିବାରେ ତତ୍ପର ହେବେ। ମନୋଜ୍ଞ ହୋଇପାରନ୍ତି। ରାଜପୂଜା ପାଇଁ ଯୋଗ୍ୟ ବିବେଚିତ ହେବେ। ସେବା ପରାୟଣ ହେବେ।

ତୁଳା-ଶତ୍ରୁବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସାରାଦିନ କାର‌୍ୟ୍ୟ ବ୍ୟସ୍ତ ରହିବେ। ଶୁଭକାର‌୍ୟ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଶୁଭଖବର ପ୍ରାପ୍ତ ହେବାର ସମ୍ଭାବନା ଅଛି।

ବିଛା- ଶାସ୍ତ୍ରଜ୍ଞ ହେବେ। ନିସର୍ଗ ସୁଖର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ପ୍ରଭୁତ୍ବ ବିସ୍ତାର କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। ଜ୍ଞାନ ଅର୍ଜନ ପାଇଁ ଅଧ୍ୟୟନରତ ହେବେ।

ଧନୁ-କୃପାନିଧାନଙ୍କ କୃପାପାତ୍ର ହୋଇପାରନ୍ତି। ଶ୍ରେଷ୍ଠାସନରେ ଗାଦିନସୀନ ହୋଇପାରନ୍ତି। ଦେବ, ଗୁରୁ, ଦ୍ବିଜମାନଙ୍କ ପ୍ରତି ବିଶେଷ ଅନୁରକ୍ତି ରହିବ। କୃଷି କର୍ମ ପ୍ରତି ଆଗ୍ରହୀ ହେବେ। ଶ୍ରମ ସାର୍ଥକ ହେବ।

ମକର- ବିଳାସବ୍ୟସନରେ ଦିନଟି ଅତିବାହିତ କରିପାରନ୍ତି। କୁଟିଳ ସ୍ବଭାବ ସମ୍ପନ୍ନ ହେବେ। ଅଯଥା ବ୍ୟୟ ପାଇଁ ପଶ୍ଚାତ୍ତାପ କରିପାରନ୍ତି। ସରକାରୀ ସ୍ତରରୁ କିଛିଟା ଲାଭବାନ୍‌ ହୋଇପାରନ୍ତି। ଉନ୍ନତି ମାର୍ଗରେ ମାର୍ଗୀ ହେବେ।

କୁମ୍ଭ- ମର୍ତ୍ତ୍ୟ ଲୋକରେ ଆଧିପତ୍ୟ ବିସ୍ତାର କରିପାରନ୍ତି। ତେଜୀୟାନ୍‌ ହେବେ। ଧର୍ମରତ ହେବେ। ଜନବଲ୍ଲଭ ହେବେ। ସାମାଜିକ ସ୍ତରରେ ଉଚ୍ଚ ସମ୍ମାନର ଅଧିକାରୀ ହେବେ। ସାଧୁସେବା​‌େ​‌ର ବ୍ରତୀ ହୋଇପାରନ୍ତି।

ମୀନ-ସୁକୁମାର ରୂପ ସମ୍ପନ୍ନ ହେବେ। କୀର୍ତ୍ତିମାନ୍‌ ହେବେ। ସୁରମ୍ୟ ନେତ୍ରଯୁଗଳ ଜନମନ ହରଣକାରୀ ହୋଇପାରେ। ଖାଦ୍ୟପେୟାଦିରେ ସନ୍ତୁଷ୍ଟ ଚିତ୍ତ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତ ହେବ।

Comments are closed.