www.samajalive.in
Monday, December 15, 2025
16.1 C
Bhubaneswar

ମାଲକାନଗିରି ଓ ମୟୂରଭଞ୍ଜ ଜିଲାରେ ‘ଅହିଂସା ରଥ’ ପରିକ୍ରମା

ଭୁବନେଶ୍ୱର:ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ତଥା ଜାତିର ଜନକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ଆଜି ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି। ସୂଚନାଯୋଗ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରୁ ୨ ଅକେଫାବର ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୪ ଗୋଟି ‘ଅହିଂସା ରଥ’ ସାରା ରାଜ୍ୟ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶକୁ ଉଜ୍ଜୀବିତ କରିବ।
ଆଜି ମୟୂରଭଞ୍ଜ ଜିଲ୍ଲାରେ ଅହିଂସା ରଥ ପରିକ୍ରମାର ତୃତୀୟ ଦିବସରେ ଜିଲ୍ଲାର ବିଜାତଳା ବ୍ଲକ୍‌ର ବଡ଼ାମତଳିଆ ହାଇସ୍କୁଲ, ମୁ„ାଠାକରା, ବ୍ଲକ ସଦର ମହକୁମାଠାରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ବିଶୋଇ ବ୍ଲକ୍‌ର ବାଙ୍କିଛକ, ଲୁହାକାନୀ ଗ୍ରାମପଞ୍ଚାୟତ, ବ୍ଲକ୍‌ ସଦର ମହକୁମା, ଖଡ଼ମବେଡ଼ା ଗ୍ରାମପଞ୍ଚାୟତ, ବାଙ୍ଗିରୀପୋଷି ବ୍ଲକ୍‌ର କାତରା ହାଇସ୍କୁଲ, ସାରଶକଣା ବ୍ଲକ୍‌ର ଉମାଦେଈପୁର ଗ୍ରାମପଞ୍ଚାୟତ, ଶିରିସାପାଳ, ବେଙ୍ଗଲ ଛକ, ବଡ଼ଚାତର, ଝାରପୋଖରିଆ ଗ୍ରାମପଞ୍ଚାୟତ, ଢାଙ୍ଗିରୀଶୋଳ ଏବଂ କୁଳିଅଣା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟ ରଥଟି ବଡ଼ସାହି ବ୍ଲକ୍‌ର ପ୍ରତାପପୁର ଗ୍ରାମପଞ୍ଚାୟତ, ବଡ଼କେରେକୋ, ସାନକେରେକୋ, ସାମାଖୁଣ୍ଟା ବ୍ଲକ୍‌ର ପୋଡ଼ାଅସ୍ତିଆ, ରଙ୍ଗାମାଟିଆ,ସିନ୍ଦୁରଗୌରୀ, ଧନୁପୁରାଛକ ଶାମାଖୁଣ୍ଟା ଛକ ଅଞ୍ଚଳ ପରିକ୍ରମା କରିଥିଲା। ସଂପୃକ୍ତ ବ୍ଲକ୍‌ର ବିଡ଼ିଓ, ବ୍ଲକ୍‌ ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତିରାଜ ପ୍ରତିନିଧି, ସମିତି ସଭ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି ସଦସ୍ୟା, ଆଶାକର୍ମୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ବହୁସଂଖ୍ୟାକ ସ୍ଥାନୀୟ ଜନସାଧାରଣ ରଥକୁ ସ୍ୱାଗତ କରିଥିଲେ। ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ସଭା ଅନୁଷ୍ଠିତ ହୋଇଥିଲା। ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ବର୍ଷା ସତ୍ତ୍ବେ ପ୍ରତି ସଭା ଓ ପଥପାର୍ଶ୍ୱରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା।

ଦ୍ୱିତୀୟ ଦିନରେ ଆଜି ମାଲକାନଗିରି ଜିଲ୍ଲାରେ ଅହିଂସା ରଥ ଚିତ୍ରକୋଣ୍ଡା ବ୍ଲକ ଏବଂ ମାଲକାନଗିରି ବ୍ଲକ ପରିକ୍ରମା କରିଛି। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୁଡୁମୁଲୁଗୁମା ସଦର ମହକୁମାରୁ ରଥକୁ ନେଇ ଚିତ୍ରକୋଣ୍ଡା ବ୍ଲକ ଅଭିମୁଖେ ଯାତ୍ରା କରିଥିଲେ। ଏହି ପରିକ୍ରମାରେ ସମସ୍ତ ପ୍ରଶାସନିକ ଅଧିକାରୀ, ଜିଲ୍ଳା ପରିଷଦ ସଦସ୍ୟ ବ୍ଲକର ପ୍ରଶାସନିକ ଅଧିକାରୀ, ପଞ୍ଚାୟତିରାଜ ସଭ୍ୟ, ସରପଞ୍ଚ, ୱାର୍ଡ଼ ମେମ୍ବର, ବ୍ଲକ ଅଧ୍ୟକ୍ଷ, ଶିକ୍ଷକ, ଛାତ୍ରଛାତ୍ରୀ, ତହସିଲ କାର୍ଯ୍ୟାଳୟର କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ସାମିଲ ହୋଇଥିଲେ।
ସେହିପରି ମାଲକାନଗିରି ବ୍ଲକର ବିଭିନ୍ନ ବିଦ୍ୟାଳୟ, ପଂଚାୟତ ଅଫିସ, ଏବଂ ବୀର ଲଖ୍ମଣପୁରର ବିଭିନ୍ନ ସ୍ଥାନରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିମାନଙ୍କରେ ମାଲ୍ୟାର୍ପଣ କରାଯାଇଥିଲା। ବାଲିମେଳା ଏନ.ଏ.ସିରେ ଅହିଂସା ରଥ ପରିକ୍ରମା ପରେ ପୋଲିସ ସୁରକ୍ଷାରେ ରଥକୁ ବାଲିମେଳା ଆଇବିରେ ରଖାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ବିଭାଗ ପକ୍ଷରୁ ପ୍ରାୟୋଜିତ ‘ଅହିଂସା ରଥ’କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ମିଳିବା ସହିତ ସମାଜର ବିଭିନ୍ନ ବର୍ଗର ଲୋକେ ଅନୁପ୍ରେରିତ ହେଉଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories