ସେପ୍ଟେମ୍ବର ୧୨ରେ ପ୍ରତିବର୍ଷ ଭିଡିଓ ଗେମ୍ ଦିବସ ପାଳନ କରାଯାଉଛି। ପିଲା, ଯୁବପିଢ଼ି ଏହି ଗେମ୍ ଖେଳିବାକୁ ପସନ୍ଦ କରନ୍ତି। ଏବେ ବଡ଼ବଡ଼ ମଲ୍ରେ ଭିଡିଓ ଗେମ୍ ପାର୍ଲରମାନ ରହୁଛି। ୩୦ ମିନିଟ୍ କିମ୍ବା ୧ ଘଣ୍ଟା ହିସାବରେ ଗ୍ରାହକ ଟଙ୍କା ଦେଇ ସେଠି ଖେଳିପାରିବେ। ଭିଡିଓ ଗେମ୍ର ଇତିହାସ ବେଶୀ ପୁରୁଣା ନୁହେଁ। ୧୯୫୦ରେ କାନାଡାରେ ବିଶ୍ବର ପ୍ରଥମ ଭିଡିଓ ଗେମ୍ ପ୍ରଦର୍ଶିତ ହୋଇଥିଲା।
୧୯୫୧ରେ ଇଂଲଣ୍ଡରେ ‘ନିମ୍ରଡ୍’ ଭିଡିଓ ଗେମ୍ ପ୍ରଦର୍ଶନ ପରେ ସାଧାରଣ ଲୋକଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବଢ଼ିଲା। ବିଶ୍ବର ପ୍ରତ୍ୟେକ ପ୍ରାନ୍ତରେ ଏହି ଗେମ୍୍ର ଆଦର ବଢ଼ିବା ପରେ ବିଶେଷଜ୍ଞ ଦଳ ଏହାର କୁପ୍ରଭାବ ବିଷୟରେ ଅବଗତ କରାଇଲେ। ଅଧିକ ସମୟ ଭିଡିଓ ଗେମ୍ ଖେଳିଲେ ପିଲାର ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଅନ୍ୟ କେତେଜଣ ପିଲା ଭିଡିଓ ଗେମ୍ ଖେଳି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରୁଥିବାର ଦେଖାଗଲା। ଭିଡିଓ ଗେମ୍ ଦିବସ ଏହି ବିଷୟରେ ବିଶ୍ବବାସୀଙ୍କୁ ସଚେତନ କରାଉଛି।



