www.samajalive.in
Monday, December 15, 2025
15.1 C
Bhubaneswar

ପ୍ରଶ୍ନ ପାଇଁ ଲାଞ୍ଚ – ମହୁଆଙ୍କ ସାଥ ଦେଲାନି ଦଳ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୈତ୍ରଙ୍କ ଠାରୁ ଦୂରେଇ ଯାଇଛି ତାଙ୍କ ଦଳ। ମହୁଆ ବିରୋଧରେ ଆସିଥିବା ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗ ଉପରେ ଦଳ କୌଣସି ପ୍ରକାର ମନ୍ତବ୍ୟ ଦେବାକୁ ମନା କରିଛି। ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଦଳ କୌଣସି ପ୍ରତିକ୍ରିୟା ଦେବାର ନାହିଁ। ଏହି ପ୍ରସଙ୍ଗରେ ମହୁଆ ଯାହା କିଛି ପ୍ରତିକ୍ରିୟା ଦେଇପାରିବେ। ମହୁଆଙ୍କ ପ୍ରସଙ୍ଗରେ ଟିଏମସି ନିରବତା ଅବଲମ୍ବନ କରି ଆସୁଥିବା ବେଳେ ଦଳ ଏବେ ନିଜକୁ ଦୂରେଇ ରଖିଛି। ଅନ୍ୟପଟେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଟିଏମସି ନେତା ଡେରେକ ଓବ୍ରାଏନ ଦାବି କରିଛନ୍ତି। ରବିବାର ଓବ୍ରାଏନ କହିଛନ୍ତି ଯେ ମହୁଆଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ସଂସଦର ଉପଯୁକ୍ତ ଫୋରମରେ ତଦନ୍ତ ହେବା ଆବଶ୍ୟକ। ଆଉ ମଧ୍ୟ ଅଭିଯୋଗ ଉପରେ ନିଜର ସ୍ଥିତି ସ୍ପଷ୍ଟ କରିବା ଲାଗି ମହୁଆଙ୍କୁ ଦଳ ପରାମର୍ଶ ଦେଇଛି। ଓବ୍ରାଏନ କହିଛନ୍ତି ଯେ ଗଣମାଧ୍ୟମରୁ ଆମେ ଏହି ଅଭିଯୋଗ ସମ୍ପର୍କରେ ଜାଣିବାକୁ ପାଇଛୁ। ଗଣମାଧ୍ୟମରୁ ଅଭିଯୋଗ ସମ୍ପର୍କରେ ଜାଣିବା ପରେ ଦଳୀୟ ନେତୃବୃନ୍ଦ ମହୁଆଙ୍କୁ ନିଜର ପକ୍ଷ ସ୍ପଷ୍ଟ କରିବାକୁ କହିଛନ୍ତି। ଆଉ ମଧ୍ୟ ଜଣେ ସାଂସଦଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ସଂସଦର ଉପଯୁକ୍ତ ଫୋରମରେ ତଦନ୍ତ ହେବା ଆବଶ୍ୟକ।

ମହୁଆଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଦୁବେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଜଣାଇବା ସହିତ ତଦନ୍ତ ଦାବି କରିଛନ୍ତି। ଅଭିଯୋଗର ତଦନ୍ତ ଭାର ଲୋକସଭାର ସଦାଚାର କମିଟିକୁ ଦିଆଯାଇଛି। ଅକ୍ଟୋବର ୧୫ରେ ଦୁବେ ଏହି ଅଭିଯୋଗ ଆଣିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ଅନୁଯାୟୀ ମହୁଆ ଲୋକସଭାରେ ପଚାରିଥିବା ୬୧ଟି ପ୍ରଶ୍ନ ମଧ୍ୟରୁ ୫୦ଟି ପ୍ରଶ୍ନ ଆଦାନି ଗ୍ରୁପ୍ ସମ୍ପର୍କରେ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ଲାଗି ସେ ଶିଳ୍ପପତି ଗୌତମ ଆଦାନିଙ୍କ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନ ପଚାରିବା ଲାଗି ମହୁଆ ଶିଳ୍ପପତି ଦର୍ଶନ ହୀରାନନ୍ଦନୀଙ୍କ ଠାରୁ ଦାମୀ ଉପହାର, ସରକାରୀ ବଙ୍ଗଳା ମରାମତି ଲାଗି ସହାୟତା, ଯାତ୍ରା ଖର୍ଚ୍ଚ, ଛୁଟିରେ ଭ୍ରମଣ ଆଦି ସୁବିଧା ହାସଲ କରିଥିଲେ। ମହୁଆଙ୍କୁ ପ୍ରଶ୍ନ ପଚାରିବା ଲାଗି ଏପରି ସବୁ ଉପହାର ଦେଇଥିବା ନେଇ ହୀରାନନ୍ଦନୀଙ୍କୁ ସ୍ବୀକାର କରିବା ସହିତ ସଦାଚାର କମିଟି ନିକଟରେ ସତ୍ୟପାଠ ଦାଖଲ କରିଛନ୍ତି।

- Advertisement -

ମହୁଆଙ୍କ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ନିମନ୍ତେ ନିଶିକାନ୍ତ ଦୁବେ ପ୍ରଥମେ ବାଚସ୍ପତିକୁ ଚିଠି ଲେଖିବା ପରେ ଏବେ ଲୋକପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ଦୁର୍ନୀତି ନିବାରଣକାରୀ ସଂସ୍ଥା ଲୋକପାଳଙ୍କୁ ଏହି ପ୍ରଶ୍ନ ପାଇଁ ଲାଞ୍ଚ ଅଭିଯୋଗର ତଦନ୍ତ କରିବାକୁ ନିଶିକାନ୍ତ ନିବେଦନ କରିଛନ୍ତି। ନିଶିକାନ୍ତ କହିଛନ୍ତି ଯେ ଲୋକପାଳ ଏକମାତ୍ର ସଂସ୍ଥା ଯାହା ସାଂସଦ, ମନ୍ତ୍ରୀ ଓ ଜନ ପ୍ରତିନିଧିଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବାକୁ କ୍ଷମତାପ୍ରାପ୍ତ। ଲୋକପାଳଙ୍କ ନିକଟରେ ଦୁବେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ମହୁଆ ସଂସଦରେ ପ୍ରଶ୍ନ ପଚାରିବା ଲାଗି ହୀରାନନ୍ଦନୀଙ୍କ ଠାରୁ ୨କୋଟି ଟଙ୍କା ଲାଞ୍ଚ ନେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories