www.samajalive.in
Sunday, December 7, 2025
23.1 C
Bhubaneswar

ଦୁର୍ଘଟଣାରେ ୩ ଗୁରୁତର, ୨ ଆହତ

ମୋହନା : ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଗ୍ରାମ ନିକଟ ବୁଲାଣି ରାସ୍ତାରେ ଆଜି ସକାଳ ସମୟ ପ୍ରାୟ ୭ଟାରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ କାରଟି ରାସ୍ତାରୁ ୧୫ ଫୁଟ ତଳକୁ ଖସିଯାଇଥିଲା। ପୁରୀରୁ ସମ୍ପର୍କୀୟ ପରିବାରର ୫ଜଣ ସଦସ୍ୟ ମିଳିତ ଭାବେ କାର ଯୋଗେ କୌଣସି କାମରେ ଜୟପୁର ବାଲିସାହି ଯାଉଥିବା ବେଳେ ଖ୍ରୀଷ୍ଟପୁର ଗ୍ରାମ ନିକଟ ବୁଲାଣିରେ ଡ୍ରାଇଭରଙ୍କ ଆଖିଲାଗିଯିବରୁ ଏହି ଦୁର୍ଘଟଣା ଘଟିଛି । ଆହତ ମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୪ ଜଣ ପୁରୁଷ ଅଛନ୍ତି । ଆହତ ମାନେ ହେଲେ ନରେଶ ପଣ୍ଡା, ଦିଲ୍ଲୀପ ରଥ, ରାମଚନ୍ଦ୍ର ମିଶ୍ର, ଦେବାଶିଷ ପଟ୍ଟନାୟକ ଏବଂ ସରୋଜିନୀ ରଥ । ଗୁରୁତର ମାନଙ୍କ ମୁଣ୍ଡ, ଗୋଡ,ଛାତି, ହାତ,ଅଣ୍ଟାରେ ଗଭୀର ଆଘାତ ଲାଗିଛି। ଆହତ ମାନଙ୍କୁ ପ୍ରଥମେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ପରେ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ୧୦୮ରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡକ୍ଟର ଜୟ କୁମାର ପଣ୍ଡା କହିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories