www.samajalive.in
Sunday, December 7, 2025
13.1 C
Bhubaneswar

ପ୍ରଶାସନ ଶୁଣିଲାନି; ଗ୍ରାମ କୋଠ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ 

ମୋହନା : ପ୍ରଶାସନକୁ ଗୁହାରି କରି ନିରାଶ ହେଲେ ଶେଷରେ ଗ୍ରାମର ହିତ ସାଧନ ପାଇଁ ଗ୍ରାମ କୋଠ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ କଲେ । ଏଭଳି ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡ଼ି ପଞ୍ଚାୟତର ବୁଡ୍ରିଙ୍ଗ୍ ଗ୍ରାମରେ। ସୂଚନା ମୁତାବକ ୨୦୨୨-୨୩ ଆର୍ଥିକ ବର୍ଷରେ ଲାଖରୀପେଟା ଗ୍ରାମ ଠାରୁ ବୁଡ୍ରିଙ୍ଗ୍ ଗ୍ରାମ ଦେଇ ଡେଙ୍ଗାସଖାଲ ପର୍ୟ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଯାନବାହନ ଯାତାୟତ କରେ। ମୋହନା ସହରକୁ ଯିବା ପାଇଁ ମୋହନା ବ୍ଲକର ଅନ୍ତରବା, ଚୁଡ଼ଙ୍ଗପୁର, କେଶରୀଗୁଡା, ବଡସିନ୍ଧବା ପଞ୍ଚାୟତବାସୀଙ୍କ ସମେତ ରା. ଉଦୟଗିରି ଓ ନୂଆଁଗଡ ବ୍ଲକର କିଛି ଗ୍ରାମର ଲୋକ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ଗ୍ରାମ ମଧ୍ୟ ଭାଗ ଦେଇ ସଂକୀର୍ଣ୍ଣ ରାସ୍ତାଟି ଯାଇଥିବା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହୋଇଥାନ୍ତି ଗ୍ରାମର ଜନସାଧାରଣ ଓ ସ୍କୁଲ ଏବଂ ଅଙ୍ଗନାବାଡି କେନ୍ଦ୍ରକୁ ପାଠ ପଢିବା ପାଇଁ ଯାଉଥିବା ଛୋଟ ଛୋଟ ଛାତ୍ରଛାତ୍ରୀ ।
ତେଣୁ ଗ୍ରାମ ମଧ୍ୟ ଦେଇ ଯାଇଥିବା ରାସ୍ତାକୁ ଗ୍ରାମର ସ୍କୁଲ ପଛ ଭାଗରୁ ନେଇ ଗ୍ରାମ ବାହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତାରେ ସଂଯୋଗ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଥିଲେ । ଯାହା ଫଳରେ ଗ୍ରାମ ମଧ୍ୟରେ ଲୋକେ ସୁବିଧାରେ ଯିବାଆସିବା କରିପାରିବେ ଏବଂ ଗ୍ରାମ ମଧ୍ୟରେ ହେଉଥିବା ଦୁର୍ଘଟଣାକୁ ମଧ୍ୟ ରୋକାଯାଇପାରିବ ।
ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୋହନା ଗ୍ରାମ୍ୟ ନିର୍ମାଣ ବିଭାଗ ନିକଟରେ ଲୋକେ ଅଭିଯୋଗ କରିଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ବୈଠକ କରି ନିଜ ଗ୍ରାମ କୋଠ ପାଣ୍ଠିରେ ଗଛିତ ଥିବା ଅର୍ଥ ରାଶିରୁ ରାସ୍ତା ନିର୍ମାଣ କରିବା ଆରମ୍ଭ କରିଛନ୍ତି ଗ୍ରାମର ମୁଖିଆ ଭଗବାନ ନାୟକ, ଅଧିକାରୀ କପିଳ ନାୟକ, କୋଷାଧ୍ୟକ୍ଷ ଫିଲିଫ ନାୟକ, ପେଦ୍ର ବେହେରା, ଅମିତ କୁମାର ବେହେରା, କୁଳକାନ୍ତ ନାୟକ, ରାଧାକାନ୍ତ ନାୟକ, ଖ୍ରୀଷ୍ଟଚନ୍ଦ୍ର ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଦୟାନିଧି ନାୟକ, ଦେବରାଜ ନାୟକ, ସେବାସ୍ତିନ ନାୟକ, ଜୟନ୍ତ ନାୟକ ପ୍ରମୁଖ ଗ୍ରାମବାସୀ । ଜେସିବି ମେସିନ ସାହାଯ୍ୟରେ ପାହାଡ଼ କାଟି ଲୋକେ ରାସ୍ତା ନିର୍ମାଣ କରିବା ସହ ଉକ୍ତ ରାସ୍ତାକୁ ଗ୍ରାମ ବାହାରେ ସଂଯୋଗ କରିବେ । ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ଲୋକେ ସୁବିଧାରେ ଯାତାୟତ କରିବା ସହ ଗ୍ରାମବାସୀଙ୍କ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories